ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ରଣପୁର ଅବକାରୀ ବିଭାଗକୁ ମିଳିଛି ସଫଳତା । ରଣପୁରର ମଣିନାଗ ଛକ ଠାରେ ବ୍ରାଉନ ସୁଗାର ରଖିଥିବା ଦୁଇଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି । ସେମାନଙ୍କଠାରୁ ଗୋଟିଏ ବାଇକ ଜବତ ହେବା ସହ ୨୫ ଗ୍ରାମ ବ୍ରାଉନ ସୁଗାର ଜବତ କରାଯାଇଛି । ସୁଚନାନୁସାରେ ରଣପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ଉ ଚାଲିଥିବା ବେଳେ ରଣପୁର ଥାନା ଗୋପାଳପୁର ଗ୍ରାମର ଅଶୋକ ସ୍ୱାଇଁଙ୍କ ପୁଅ ସୁରଜିତ ସ୍ୱାଇଁ ଓ ବ୍ରଜକିଶୋର ସାହୁଙ୍କ ପୁଅ ସୁକାନ୍ତ ସାହୁକୁ ଅବକାରୀ ବିଭାଗ ଗିରଫ କରିଛି । ସେମାନଙ୍କ ଠାରୁ ଏକ ପଲ୍ସର ମୋଟର ସାଇକେଲ ଯାହାର ନମ୍ବର ଓଡି-୦୨-ଜେଡ-୨୬୧୫ ଗାଡ଼ିକୁ ଜବତ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ୧୨୨/୨୩-୨୪ ରେ ମାମଲା ରୁଜ କରାଯାଇଛି । ଅବକାରୀ ବିଭାଗ ପକ୍ଷରୁ ଅଧିକ ତଦନ୍ତ କରାଯାଇ ସେମାନଙ୍କୁ କୋର୍ଟ ଫରୁୱାର୍ଡ କରାଯିବ । ଏହି ଚଢ଼ଉ ସମୟରେ ରଣପୁର ଅବକାରୀ ବିଭାଗ ସବ୍ଇନିସ୍ପେକ୍ଟର ସୁଶାନ୍ତ କୁମାର ମହାପାତ୍ର, ଏଏସଆଇ ସୁବାସ ଚନ୍ଦ୍ର ସେଠୀ, କନେଷ୍ଟବଳ ଲକ୍ଷ୍ମୀଧର ବେହେରା, ଅବନିଶା ରମ୍ଭା ରାଉତ ପ୍ରମୁଖ ଚଢ଼ଉରେ ସାମିଲ ହୋଇଥିଲେ ।





