ଭୁବନେଶ୍ଵର, (ବାଘୁଆବାର୍ତ୍ତା): ଏସଟିଏଫ୍ ପଞ୍ଝାରେ ବ୍ରାଉନସୁଗର ବେପାରୀ। ୨ ବ୍ରାଉନସୁଗର ବେପାରୀଙ୍କୁ ପିପିଲି ସିଫା ନିକଟରୁ ଗିରଫ କଲା ଏସଟିଏଫ୍। ସେମାନଙ୍କ ନିକଟରୁ ୧ କେଜି ୮୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ବ୍ରାଉନସୁଗରର ଆନୁମାନିକ ମୂଲ୍ୟ ୧ କୋଟିରୁ ଅଧିକ ଟଙ୍କା ବୋଲି ସୂଚନା ମିଳିଛି। ଗିରଫ ଦୁଇ ବେପାରୀ ହେଲେ ପିପିଲିର ଲିପୁନ ପାଣ୍ଡେ ଓ ଖୋର୍ଦ୍ଧା ଶରଧାପୁର ଅଞ୍ଚଳର ଏସକେ ଅବ୍ବାସ। ୨୦୨୦ରୁ, ଏସଟିଏଫ୍ ୭୨ କିଲୋଗ୍ରାମରୁ ଅଧିକ ବ୍ରାଉନସୁଗର / ହିରୋଇନ୍, ୨୦୨ ଗ୍ରାମ କୋକେନ୍ ଏବଂ ୧୧୬ କ୍ୱିଣ୍ଟାଲରୁ ଅଧିକ ଗଞ୍ଜେଇ, ୭୫୦ ଗ୍ରାମ ଓପିଅମ୍ ଜବତ କରିଛି। ଏହା ସହ ୧୭୮ରୁ ଅଧିକ ଡ୍ରଗ୍ ଚାଲାଣକାରୀଙ୍କୁ ଗିରଫ କରିଛି। ଗତ ଏକ ବର୍ଷ ମଧ୍ୟରେ ଏସଟିଏଫ୍ ୬୨ କେଜିରୁ ଅଧିକ ବ୍ରାଉନସୁଗର ନଷ୍ଟ କରିଛି।





