ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଟାଉନ ଥାନା ପୁଲିସକୁ ମିଳିଛି ବଡ଼ ସଫଳତା । ବ୍ରାଉନସୁଗାର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଅଭିଯୁକ୍ତ ନିକଟରୁ ୬.୧୭୦ ଗ୍ରାମ ବ୍ରାଉନସୁଗାର ସହ ଏକ ନୋକିଆ ମୋବାଇଲକୁ ଜବତ କରିଛି ଟାଉନ ଥାନା ପୁଲିସ । ନୟାଗଡ଼ ନିକଟସ୍ଥ ସିନ୍ଦୁରିଆ ଠାରୁ ଦୁର୍ଗାପ୍ରସାଦ ଗ୍ରାମ ମୁଣ୍ଡିଆ ସାହିର ଦଣ୍ଡୁ ପ୍ରଧାନଙ୍କ ପୁଅ ବୈକୁଣ୍ଠ ପ୍ରଧାନକୁ ପୁଲିସ ଗିରଫ କରିଛି । ନୟାଗଡ଼ ଟାଉନ ଥାନାରେ ୧୬୮/୨୩ ରେ ଏକ ମାମଲା ରୁଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଫରୁୱାର୍ଡ କରାଯାଇଛି ।





