ଜଳେଶ୍ବର, (ବାଘୁଆବାର୍ତ୍ତା): ବାଲେଶ୍ଵର ଜିଲ୍ଲା ଜଳେଶ୍ଵରରୁ ପୋଲିସ ଆଉଜଣେ ବ୍ରାଉନସୁଗାର ବେପାରୀକୁ ଗିରଫ କରିଛି । ଜଳେଶ୍ୱରର ନଗର ୫ନମ୍ବର ୱାର୍ଡ ପଥରପୁରା ଅଞ୍ଚଳରେ ପୋଲିସ ଚଢ଼ାଉ କରି ବ୍ରାଉନସୁଗାର ବେପାରୀ ସେକ ଅସମତର ପୁତ୍ର ସେକ ୟାକୁବକୁ ଗିରଫ କରିବା ସହିତ ତାଠାରୁ ୫୦ ଗ୍ରାମରୁ ଅଧିକ ବ୍ରାଉନସୁଗାର ଜବତ କରିଛି। ଜଳେଶ୍ଵର ଅଞ୍ଚଳ ବ୍ରାଉନସୁଗାର କାରବାର ପାଇଁ ଚର୍ଚ୍ଚିତ ଥିବା ବେଳେ ପ୍ରତ୍ୟେକ ଦିନ କେତେବେଳେ ପୋଲିସ ତ କେତେବେଳେ ଏସଟିଏଫ ଚଢ଼ାଉ କରି ବ୍ରାଉନ ସୁଗାର ବେପାରୀମାନଙ୍କୁ ଗିରଫ କରୁଥି । ଏବେ କିଛି ଅଞ୍ଚଳରେ ଘରେ ଘରେ ବ୍ରାଉନ ସୁଗାର ବେପାର କରୁଥିବା ଦେଖିବାକୁ ମିଳିଛି। ତେବେ ଆଜି ଜଳେଶ୍ଵର ଏସଡିପିଓ ଅଙ୍କିତା କୁମ୍ଭାରଙ୍କ ସହିତ ,ଆଇଆଇସି ପର୍ଶୁରାମ ସାହୁ ଏବଂ ଏସ୍ଆଇ ଦିଲ୍ଲୀପସାମଲ ,ଏସଆଇ ସତ୍ୟନାରାୟଣ ବଳ, ହାବିଲଦାର ସନ୍ତୋଷରାଉତ ଓ ପୋଲିସ କର୍ମଚାରୀମାନେ ପଥରପୁରା ଗ୍ରାମରେ ପହଞ୍ଚି ସେକ ୟାକୁବ ଘରେ ଚଢ଼ାଉ କରି ୫୦ ଗ୍ରାମ ବ୍ରାଉନସୁଗାର ସହିତଏକ ହିରୋ ସ୍ପ୍ଲେଣ୍ଡରମଟର ସାଇକେଲ ଜବତ କରିଛନ୍ତି । ଜବତ ବ୍ରାଉନ ସୁଗାରର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କା ହେବ । ।





