ଭୁବନେଶ୍ବର, (ବାଘୁଆବାର୍ତ୍ତା): ରାଜଧାନୀ ଉପକଣ୍ଠରୁ ବ୍ରାଉନସୁଗାର ଜବତ । ୨୨୫ ଗ୍ରାମ ବ୍ରାଉନସୁଗାର ଜବତ କରିଛି ବାଲିଅନ୍ତା ପୋଲିସ ସହ କ୍ୟୁଏଟି ଟିମ । ଯାହାର ଆନୁମାନିକ ମୁଲ୍ୟ ୨୫ ଲକ୍ଷ ଟଙ୍କା ହେବ ବୋଲି ଜଣା ପଡିଛି । କେବଳ ବ୍ରାଉନସୁଗାର ନୁହେଁ ଦୁଇଟି ଦାମୀ ବାଇକ ସହ ୫୦ ହଜାର ଟଙ୍କା ଓ ୪ଟି ମୋବାଇଲ ଜବତ କରାଯାଇଛି । ଲକ୍ଷ୍ମୀସାଗର ଥାନା ଅଧିନ ହଳଦିପଡିଆରେ ରହୁଥିବା ଶେଖ ଜାମସେଦ ଜାହାର ଘର ବାଲେଶ୍ବର ଅଞ୍ଛଳରେ ଏହି ବ୍ରାଉନସୁଗାରକୁ ଆଣିଥିଲା । ତାର ସହଯୋଗୀ ବାପି ନାଏକ ସହିତ ମିଶି ବେପାର ଚଳାଇଥିବା ସମୟରେ କମିସନରେଟ ପୋଲିସ ଗ୍ରାହକ ସାଜି ବ୍ରାଉନସୁଗାର କିଣିବାକୁ ଯାଇ ଦୁଇଜଣଙ୍କୁ ମାଡି ବସିଥିଲା । ଗତ କିଛିଦିନ ଧରି ହଳଦି ପଡିଆରେ ବ୍ରାଉନ ସୁଗାର ବେପାର ବନ୍ଦ ହୋଇଯଇଥିବା ବେଳେ ଶେଖ ଜାମସେଦ ପୁଣିଥରେ ଏହି ବେପାର ଏଠାରେ ଆରମ୍ଭ କରିଥିଲା । ଧରାପଡିଥିବା ଦୁଇ ଯୁବକଙ୍କ ସହିତ ଆଉ କିଏ କିଏ ସାମିଲ ଅଛନ୍ତି ତାର ତଦନ୍ତ କରୁଛି କମିସନରେଟ ପୋଲିସ।





