ରାଉରକେଲା, (ବାଘୁଆବାର୍ତ୍ତା): ରାଉରକେଲାରୁ ଧଳା ଜହର ଜବତ । ୨୨୦ ଗ୍ରାମ ୪୨୦ ମିଲିଗ୍ରମର ବ୍ରାଉନସୁଗର ଜବତ ହୋଇଛି। ଏହା ସହ ୨ ଯୁବକଙ୍କୁ ଗିରଫ କରିଛି ଅବକାରୀ ବିଭାଗ। ଜବତ ହୋଇଥିବା ବ୍ରାଉନସୁଗରର ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି। ଗିରଫ ହୋଇଥିବା ୨ ଯୁବକ ଝାରସୁଗୁଡ଼ା ଅଞ୍ଚଳର ରାଜୀବ ବେହେରା ଓ ଅଙ୍କୁଶ ଭଗତ। ଅଙ୍କୁଶର ଝାରସୁଗୁଡ଼ାରେ ପାନ ଦୋକାନ ଥିବା ବେଳେ ଦୁହେଁ ପୂର୍ବରୁ ଅନେକ ବାର ରାଉରକେଲା ମୀନା ପଡ଼ାରୁ ନେଇ ବ୍ରାଉନସୁଗର ଝାରସୁଗୁଡ଼ାରେ ବିକ୍ରି କରୁଥିଲେ। ଆଜି ରାଉରକେଲା ନାଲା ରୋଡ ମୀନା ପଡ଼ାରୁ ବ୍ରାଉନସୁଗର କିଣି ଟ୍ରେନରେ ଝାରସୁଗୁଡ଼ା ଯିବା ପାଇଁ ବାହାରୁଥିବା ବେଳେ ଖବର ପାଇ RPF ସହ ଅବକାରୀ ବିଭାଗ ରାଉରକେଲା ଷ୍ଟେସନରେ ଚଢାଉ କରିଥିଲା। ଚଢାଉ ବେଳେ ୨୨୦ ଗ୍ରାମ ୪୨୦ ମିଲିଗ୍ରମର ବ୍ରାଉନସୁଗର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ୨୦ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି।





