ବାରିପଦା, (ବାଘୁଆବାର୍ତ୍ତା): ବାରିପଦାରୁ ୩ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ ହୋଇଛି । ଜଣଙ୍କୁ ଗିରଫ କରିବା ସହ ବାଇକ୍ ଜବତ କରିଛି ଅବକାରୀ ବିଭାଗ । ମୟୂରଭଞ୍ଜ ଅବକାରୀ ଅଧିକ୍ଷକ ପ୍ରଶାନ୍ତ କୁମାର କହଁରଙ୍କ ନିର୍ଦ୍ଦେଶ କ୍ରମେ ବାରିପଦା ଅବକାରୀ ଥାନା ଅଧିକାରୀ ବିଶ୍ବଜିତ ଦାଶ ସଦଳବଳେ ଚଢ଼ାଉ କରିଥିଲା । ଚଢାଉ ବେଳେ ୨୯ଗ୍ରାମ ବ୍ରାଉନସୁଗାର ଭର୍ତ୍ତି ଡବା ଜବତ କରିବା ସହିତ ଜଣଙ୍କୁ ଗିରଫ କରାଯାଇଛି । ଏଥି ସହିତ ଏକ ବାଇକ୍ ମଧ୍ୟ ଜବତ କରାଯାଇଛି । ଗିରଫ ଯୁବକ ଜଣଙ୍କ ହେଲେ ବାରିପଦା ପୌରପାଳିକା ୧୭ନଂ ଓ୍ବାର୍ଡର କାଳୀଚରଣ ପାତ୍ରଙ୍କ ପୁଅ ଚନ୍ଦ୍ରଶେଖର । ବାଘଡାରୋଡ ନିକଟ ୧୮ନଂ ଜାତୀୟ ରାଜପଥ ପାର୍ଶ୍ବ ଶ୍ମଶାନ ନିକଟରେ ଅଭିଯୁକ୍ତ ଜଣଙ୍କ ବ୍ରାଉନସୁଗାର ବିକ୍ରି ଉଦ୍ଦେଶ୍ୟରେ ବାଇକ୍ ସହିତ ଛିଡା ହୋଇଥିବା ବେଳେ ଅବକାରୀ ବିଭାଗ ମାଡି ବସିଥିଲେ । ଜବତ ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ୨ ଲକ୍ଷ ୯୦ ହଜାର ଟଙ୍କା ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।





