ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ନିଶା ବେପାରର ହବ୍ ପାଲଟିଛି ଖୋର୍ଦ୍ଧା ଜିଲ୍ଲା। ଗାଁ ଠାରୁ ସହର ସବୁଠି ଖୁଲମ୍ ଖୁଲା ଭାବରେ ବିକ୍ରି ହେଉଛି ବ୍ରାଉନସୁଗର। ଆଦର୍ଶ ଥାନା ପୋଲିସକୁ ଆଜି ଏକ ବଡ଼ ସଫଳତା ମିଳିଛି। ଆଦର୍ଶ ଥାନା ପୋଲିସ ଆଜି ୪ ଜଣ ନିଶା ବେପାରୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ସୁଷମା ମଲିକ, ଶିବ ମଲିକ, ଜୟ ପ୍ରକାଶ ମଲିକ, ପ୍ରଦୀପ କୁମାର ମହପାତ୍ର। ସେମାନଙ୍କ ନିକଟରୁ ୫୬୦ ଗ୍ରାମର ବ୍ରାଉନସୁଗର ଜବତ ହୋଇଛି। ଏହାର ଆନୁମାନିକ ମୂଲ୍ୟ ଅଧା କୋଟି ୬ ଲକ୍ଷ ଟଙ୍କା ହେବା ଜଣାପଡିଛି। ଏସପି ଅଫିସ୍ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସପି ସିଦ୍ଧାର୍ଥ କଟାରିଆ ଏନେଇ ସୂଚନା ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ତୋଟାପଡା ଗ୍ରାମରୁ ଗିରଫ କରାଯାଇଛି।





