ଢେଙ୍କାନାଳ, (ବାଘୁଆବାର୍ତ୍ତା): ଢେଙ୍କାନାଳ ଜିଲ୍ଲାରେ ବ୍ରାଉନସୁଗର କାରବାରରେ ରୋକ୍ ଲାଗୁନି । ଗଣପର୍ବ ପ୍ରସିଦ୍ଧ ଲଷ୍ମୀପୂଜା ଚାଲିଥିବା ବେଳେ ନିଶା ବେପାରୀ ବେଶ ସକ୍ରିୟ ହୋଇପଡିଛନ୍ତି । ଗୁରୁବାର ସହରର ଜନଗହଳିପୂର୍ଣ୍ଣ ଲଷ୍ମୀବଜାର ଅଞ୍ଚଳରୁ ଅବକାରୀ ବିଭାଗ ଚଢ଼ାଉ କରି ଏକ ପ୍ୟାକେଟ ବ୍ରାଉନସୁଗର ଜବତ କରିଛି । ଏହି କାରବାରରେ ଲିପ୍ତ ସ୍ଥାନୀୟ ଲଷ୍ମୀବଜାର ଅଞ୍ଚଳର ବାସିନ୍ଦା ସନ୍ଦୀପ ସ୍ୱାଇଁ ଓରଫ ବାପୁନକୁ ଗିରଫ କରାଯାଇଛି । ଜବତ ବ୍ରାଉନ ସୁଗାର ୧୫ ଗ୍ରାମ ଓଜନର ହୋଇଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ଦେଢ଼ ଲକ୍ଷରୁ ଊର୍ଦ୍ଧ୍ବ ଟଙ୍କା ହେବ ବୋଲି ଆକଳନ କରାଯାଇଛି ।





