ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିନା ନମ୍ବର ଆପାଚୀ ବାଇକରେ ହେଉଥିଲା ବ୍ରାଉନ ସୁଗାର ଚାଲାଣ । ଖବର ପାଇ ପୁଲିସ ଚଢ଼ାଉ କରି ୩୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଏହି ଘଟଣାରେ ୨ଜଣ ଧରା ପଡ଼ିଥିବା ବେଳେ ମୁଖ୍ୟ ଅଭିଯୁକ୍ତ ପୁଲିସକୁ ଚକମା ଦେଇ ଫେରାର ହୋଇ ଯାଇଛି । ଯାହାର ଆନୁମାନିକ ମୂଲ୍ୟ ୩୦ ଲକ୍ଷରୁ ଅଧିକ ହେବ ବୋଲି ଅନୁମାନ କରାଯାଉଛି । ଭଦ୍ରକ ଜିଲ୍ଳାରେ ଏହି ବ୍ରାଉନ ସୁଗାର ବେପାରୀ ଧରାପଡ଼ିଛନ୍ତି । ଭଦ୍ରକ ଗ୍ରାମାଞ୍ଚଳ ପୋଲିସକୁ ବିଶ୍ୱସ୍ତ ସୂତ୍ରରୁ ବ୍ରାଉନ ସୁଗାର ଚାଲାଣ ନେଇ ଖବର ମିଳିଥିଲା । ପରେ ୧୬ ନମ୍ବର ଜାତୀୟ ରାଜପଥର ରାଣୀତାଲ ନିକଟରେ ଗ୍ରାମାଞ୍ଚଳ ପୁଲିସ ଜଗି ରହିଥିଲା । ଏକ ନମ୍ବର ବିହୀନ ଅପାଚୀରେ ୩ ଜଣ ଯୁବକ ଜଳେଶ୍ୱରରୁ ବ୍ରାଉନ ସୁଗାର ନେଇ ଭଦ୍ରକ ଅଭିମୁଖେ ଆସୁଥିଲେ । ବାଟରେ ପୋଲିସକୁ ଦେଖି ମୁଖ୍ୟ ଅଭିଯୁକ୍ତ ତପଳ ମଲ୍ଳିକ ଗାଡ଼ି ଛାଡ଼ି ଦୌଡି ପଳାଇଥିଲା । ପରେ ଗ୍ରାମାଞ୍ଚଳ ପୁଲିସ ଗୋଡାଇ ଗୋଡାଇ ଦୁଇ ଜଣଙ୍କୁ ଧରିଥିବା ବେଳେ ସେମାନଙ୍କ ନିକଟ ରୁ ୩୧୦ ଗ୍ରାମ ବ୍ରାଉନ ସୁଗାର ଜବତ କରିଛି । ଯାହାର ମୂଲ୍ୟ ୩୦ଲକ୍ଷ ଟଙ୍କା ହେବ । ଗିରଫ ଦୁଇ ଜଣ ହେଲେ ବାଂଶଡା ଥାନା ମାଣିପୁର ଗାଁ ର ଶ୍ରୀକାନ୍ତ ଦାସ ଓ ତିହିଡି ଥାନା ପାଳିଆ ବିଝାରପୁର ଅଞ୍ଚଳ ର ସଞ୍ଜୟ ମଲ୍ଲିକ । ତେବେ ଫେରାର ଅଭିଯୁକ୍ତ ତପନ ମଲ୍ଲିକଙ୍କୁ ଗ୍ରାମାଞ୍ଚଳ ପୁଲିସ ଖୋଜୁଛି ।





