Saturday, September 12, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୬ ଗ୍ରାମର ଧଳାଜହର ଜବତ, ୨ ଗିରଫ

by ସଞ୍ଜୟ ସ୍ୱାଇଁ
July 18, 2021
in Crime, State
୬ ଗ୍ରାମର ଧଳାଜହର ଜବତ, ୨ ଗିରଫ
74
VIEWS
Share on FacebookShare on Twitter

ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ଜିଲ୍ଲା ପାଣିକୋଇଲି ଥାନା ସଠୀପୁର ଅଞ୍ଚଳରୁ ୬ ଗ୍ରାମର ବ୍ରାଉନସୁଗାର ଜବତ। ବ୍ରାଉନସୁଗାର ବିକ୍ରି କରୁଥିବା ବେଳେ ମାଡ଼ି ବସିଲା ପୋଲିସ। ଏଥିରେ ସମ୍ପୃକ୍ତ ଥିବା ଜଣେ ମହିଳା ସମେତ ୨ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ। ଗତକାଲି ବିଳମ୍ବିତ ରାତିରେ ପାଣିକୋଇଲି ଥାନା ସଠୀପୁର ନିକଟରେ ବ୍ରାଉନସୁଗାର କାରବାର ହେଉଥିବା ବିଶେଷ ସୂତ୍ରରୁ ଖବର ପାଇ ପାଣିକୋଇଲି ପୋଲିସ ଚଢ଼ାଉ କରିଥିଲା । ଏହି ଚଢ଼ାଉ ସମୟରେ ସଠୀପୁର ଛକ ନିକଟରେ ଜଣେ ମହିଳା ଓ ଜଣେ ପୁରୁଷ ବ୍ରାଉନସୁଗାର ବିକ୍ରି କରୁଥିବା ଅବସ୍ଥାରେ ତାଙ୍କୁ ଗିରଫ କରିଥିଲା ପୋଲିସ। ତେବେ ଗିରଫ ହୋଇଥିବା ଏହି ଅଭିଯୁକ୍ତ ୨ ଜଣ ଭଦ୍ରକ ଜିଲ୍ଲା ଧାମନଗର ଥାନା ହବିବନଗର ଅଞ୍ଚଳର ମୁନି ବିବି ଓ ଜିଲାନି ଖାନ ବୋଲି ଜଣାପଡିଛି। ଏହି ଦୁଇ ଅଭିଯୁକ୍ତ ପୂର୍ବରୁ ବାଲେଶ୍ଵର ଜିଲ୍ଲାରୁ ବ୍ରାଉନସୁଗାର ଆଣି ଯାଜପୁର ଜିଲ୍ଲାର ବ୍ୟାସନଗର ଓ ଯାଜପୁର ଟାଉନ ଅଞ୍ଚଳରେ କାରବାର କରୁଥିବା ପୋଲିସ ନିକଟରେ ଅଭିଯୋଗ ହୋଇଥିଲା। ଏହି ଅଭିଯୋଗକୁ ଆଧାର କରି ପାଣିକୋଇଲି ପୋଲିସ ଏହି ମହିଳା ଓ ପୁରୁଷ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି। ତେବେ ଏହି ଘଟଣାରେ ଅନ୍ୟ କାହାର ସମ୍ପୃକ୍ତି ଥିବା ନେଇ ପୋଲିସ ତଦନ୍ତ ଜାରି ରଖିଥିବା ଥାନା ଅଧିକାରୀ ସୁଶୀଲ କୁମାର ନାୟକ ସୂଚନା ଦେଇଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!