
ରଣପୁର, (ବାଘୁଆବାର୍ତ୍ତା) : ଆଜି ହେଉଛି ବିଶ୍ୱ ଜଙ୍ଗଲ ଦିବସ l ଜଙ୍ଗଲର ଉପକାରିତା ଓ ଆବଶ୍ୟକତା ସମ୍ବନ୍ଧରେ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୟୁକୋ କ୍ଲବ ଆନୁକୂଲ୍ୟରେ ବ୍ରଜେନ୍ଦ୍ର ଚନ୍ଦ୍ର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ବନଲତା ବେହେରାଙ୍କ ତତ୍ୱାବଧାନରେ ଏହି ବିଶ୍ୱ ଜଙ୍ଗଲ ଦିବସ ପାଳିତ ହୋଇ ଯାଇଛି l ବରିଷ୍ଠ ଶିକ୍ଷକ ବିରୁପାକ୍ଷ ମହାପାତ୍ର ଏହି କାର୍ଯ୍ୟକୁ ପରିଚାଳନା କରିଥିଲେ l ଶିକ୍ଷୟତ୍ରୀ ତିଲୋତମା ପୃଷ୍ଟି ଓ ପ୍ରତିମା ଦେବୀ ବର୍ତମାନର ଆଧୁନିକ ଯୁଗରେ ଜଙ୍ଗଲର ଗୁରୁତ୍ୱପୂର୍ଣ ଭୂମିକା ସମ୍ବନ୍ଧରେ ବୁଝାଇ ଥିଲେ l ପରେ ଜଙ୍ଗଲ ସମ୍ବନ୍ଧରେ ଏକ କୁଇଜ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଛାତ୍ରଛାତ୍ରୀମାନେ ସକ୍ରିୟ ଭାବେ ଏହି କୁଇଜ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିଥିଲେ l ସୁଶାନ୍ତ କୁମାର ସାମନ୍ତରାୟ, ଶ୍ରଦ୍ଧାଞ୍ଜଳି ନନ୍ଦ, ସୋନୁ ଶତପଥୀ, ଶ୍ରଦ୍ଧାଞ୍ଜଳି ଦାଶ, ସ୍ମୃତି ରଞ୍ଜନ ସ୍ୱାଇଁ, ମନୋରଞ୍ଜନ ମହାରଣାଙ୍କ ସହ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଉପସ୍ଥିତ ଥିଲେ l







