ନୟାଗଡ଼, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଖବର । ସମୁଦ୍ରରେ ଫସି ରହିଛନ୍ତି ୧୦ରୁ ଉର୍ଦ୍ଧ ମତ୍ସ୍ୟଜିବୀ । ଫସିରହିଥିବା ମତ୍ସ୍ୟଜିବୀମାନଙ୍କୁ ଏୟାରଲିପ୍ଟ ମାଧ୍ୟମରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ସୂଚନା ମିଳିଛି । ସମୁଦ୍ର ଅଶାନ୍ତ ଥିବା ବେଳେ ଗଞ୍ଜାଲ ଜିଲ୍ଲା ମାର୍କଣ୍ଡି ଗ୍ରାମର ୧୨ରୁ ୧୪ଜଣ ମତ୍ସ୍ୟଜିବୀ ସୁନାପୁର ସମୁଦ୍ରରୁ ମାଛଧରି ଫେରୁଥିବା ବେଳେ ସମୁଦ୍ର ଭିତରେ ଫସି ରହିଛନ୍ତି । ଗଞ୍ଜାମ ଜିଲ୍ଲା ପ୍ରଶାସନ ଜାଣିବା ପରେ ଫସିରହିଥିବା ମତ୍ସ୍ୟଜିବୀମାନଙ୍କୁ ଏୟାରଲିପ୍ଟ ମାଧ୍ୟରେ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି । ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ୭ଜଣଙ୍କୁ ମତ୍ସ୍ୟଜିବୀ ଉଦ୍ଧାର କରାଯାଇଛି ।





