ନୟାଗଡ଼, (ବାଘୁଆବାର୍ତ୍ତା): ବର୍ତ୍ତମାନର ତାଜା ଖବର । ମର୍ମତୁନ୍ତ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଏଭଳି ଘଟଣା ଘଟିଛି ନୟାଗଡ଼ ଏନଏସି ବିଦ୍ୟାଳୟ ନିକଟରେ । ସୂଚନାନୁସାରେ, ନୟାଗଡ଼ ପୁରୁଣା ସହରର ଜଗନ୍ନାଥ ମନ୍ଦିର ସାହିର ସଂସାରୀ ମହାରଣା ଜଣେ ବ୍ୟକ୍ତି ଘରୁ ବାହାରି ପରିବା କିଣିବା ପାଇଁ ମାର୍କେଟକୁ ଆସୁଥିବା ବେଳେ ଦଶପଲ୍ଲାର ନୟାଗଡ଼ ଆସୁଥିବା ଏକ ଟ୍ରକ ଉକ୍ତ ସ୍କୁଟି ଚାଳକଙ୍କୁ ପଛରୁ ଧକ୍କା ଦେଇଥିଲା । ଘଟଣାସ୍ଥଳରେ ସ୍କୁଟି ଚାଳକ ସଂସାରୀଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ପୁଲିସ୍ ଘଟଣାସ୍ଥଳରେ ଟ୍ରକ ଓ ସ୍କୁଟି ଜବତ କରିଛି । ଘଟଣାସ୍ଥଳରେ ଉତେଜନା ଦେଖାଇଥିବା ଜଣାପଡିଛି ।





