ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲାର ବହୁ ଚର୍ଚ୍ଚିତ କୁରାଳ ସେବା ସମବାୟ ସମିତିରେ ୬ କୋଟି ଟଙ୍କାରୁ ଉର୍ଦ୍ଧ୍ବ ଅନିୟମିତତା ଘଟଣାରେ ନିଲମ୍ବିତ ସମ୍ପାଦକ କାଳୁ ଚରଣ ରାଉତଙ୍କୁ ପରିଚାଳନା କମିଟି ବହିଷ୍କୃତ କରିଛି। ଦୀର୍ଘଦିନ ତଳୁ ନିଲମ୍ବିତ ଅବସ୍ଥାରେ ରହିଥିବା ସମ୍ପାଦକଙ୍କ ପ୍ରସଙ୍ଗ ବିଚାର କରିବାକୁ ଉଚ୍ଚ ନ୍ୟାୟାଳୟ ପରିଚାଳନା କମିଟି ସଭାପତିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସମ୍ପାଦକ ଅନିୟମିତା କରିଥିବା ସ୍ପଷ୍ଟ ପ୍ରମାଣ ରହିଥିବା ଏବଂ ତାଙ୍କ ନାଁରେ ରିକୋଭାରି ନିର୍ଦ୍ଦେଶ ରହିଥିବାରୁ ପରିଚାଳନା କମିଟି ଏହାକୁ ବିଚାର କରି ତାଙ୍କୁ ବହିଷ୍କୃତ କରିଥିବା ସୂଚନା ମିଳିଛି। ଏନେଇ କମିଟି ପକ୍ଷରୁ ଆରସିଏସ, ଡିଆରସିଏସ, ଏଆରସିଏସ ଏବଂ କେନ୍ଦ୍ର ସମବାୟ ବ୍ୟାଙ୍କକୁ ଅବଗତ କରାଯାଇଛି। କୁରାଳ ପ୍ୟାସ୍କରେ ଜମାକାରୀଙ୍କ ଅର୍ଥକୁ ହରିଲୁଟ କରାଯାଇଥିବା ବେଳେ ଆଜି ପର୍ଯ୍ୟନ୍ତ ଜମାକାରୀଙ୍କୁ ଅର୍ଥ ଫେରସ୍ତ କରାଯାଇନାହିଁ।






