କଟକ, (ବାଘୁଆବାର୍ତ୍ତା): ବର୍ତ୍ତମାନର ବଡ଼ ଖବର । କଟକ ଛତ୍ରବଜାର ପରିବା ମାର୍କେଟ ନିକଟ ପୋଲ ଭୁଶୁଡ଼ିଲା। ଛତ୍ରବଜାରରୁ ମାଲଗୋଦାମ ସଂଯୋଗ କରୁଥିବା ପୋଲ ଭୁଶୁଡ଼ିଛି। ପୋଲରେ କାମ ଚାଲିଥିବା ବେଳେ କିଛି ଅଂଶ ଭୁଶୁଡ଼ିଥିବା ଜଣାପଡ଼ିଛି। ପୋଲ ତଳେ କିଛି ଲୋକ ଚାପି ହୋଇ ରହିଯାଇଥିବା ଅନୁମାନ କରାଯାଉଛି। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚୀ ଉଦ୍ଧାର କାର୍ଯ୍ୟ ଜାରି ରଖିଛି । ଭୁସୁଡିଥିବା ବ୍ରିଜ୍ ନିକଟରେ କଟକ ଡିସିପି ପହଞ୍ଚି ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ଜଣାପଡିଛି । ବର୍ତ୍ତମାନ ସୁଦ୍ଧା ୨ଜଣଙ୍କୁ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ । ଚାପି ହୋଇଥିବା ବ୍ୟକ୍ତିମାନେ ପରିବା ବ୍ୟବସାୟୀ ବୋଲି ଅନୁମାନ କରାଯାଉଛି । କାରଣ ଘଟଣାସ୍ଥଳରେ ବ୍ୟବସାୟୀଙ୍କୁ ବିଭିନ୍ନ ପ୍ରକାରର ସାମଗ୍ରୀ ପଡିଛି ।





