Saturday, October 24, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଟୁରିଷ୍ଟ ବସ ଦୁର୍ଘଟଣା:ଜଣେ ମୃତ,୪ ଗୁରୁତର ୩୦ ଆହତ

by ସଞ୍ଜୟ ସ୍ୱାଇଁ
January 10, 2025
in Accident, Breaking, Nayagarh
ଟୁରିଷ୍ଟ ବସ ଦୁର୍ଘଟଣା:ଜଣେ ମୃତ,୪ ଗୁରୁତର ୩୦ ଆହତ
1.1k
VIEWS
Share on FacebookShare on Twitter

ନଦୀ କୁ ଖସିଲା ଟୁରିଷ୍ଟି ବସ 

ନୟାଗଡ଼(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଚାନ୍ଦପୁର ଥାନା ଖଣ୍ଡିସ ପୋଲ ନିକଟରେ ବାଡ଼ ଭାଙ୍ଗି ନଦୀରେ ଜାନୁଆରୀ ୯ ତାରିଖ ରାତି ୧ ଟା ସମୟରେ ଏକ ଟୁରିଷ୍ଟ ବସ୍ ଖସି ପଡିଥିଲା। ବସ୍ ଟି ଖଣ୍ଡପଡ଼ା ଗୁଣ୍ଠୁଣୀ ରୁ ଲୋକ ମାନଙ୍କୁ ନେଇ ଜାନୁଆରୀ ରାତି ୧୦ ରେ କାଳିଜାଇ ଓ ତାରାତାରିଣୀ ଦର୍ଶନ ପାଇଁ ଯାଉଥଲା। ବସ୍ ୪୧ ଜଣ ମହିଳା, ପୁରୁଷ ଓ ଜଣେ ଛୋଟ ପିଲା ଥିଲା। ଦୁର୍ଘଟଣା ସମୟରେ ସମସ୍ତେ ନିଦରେ ଶୋଇପଡିଥିଲେ ।ଦୁର୍ଘଟଣା ଖବର ପାଇ ରଣପୁର ଥାନା ନିରୀକ୍ଷକ ମୁକେଶ ବେହେରା, ସମସ୍ତ ଥାନା କର୍ମଚାରୀ, ଚାନ୍ଦପୁର ଥାନା ସମସ୍ତ କର୍ମଚାରୀ,ନୟାଗଡ଼ ଜିଲ୍ଲା ୟୁନିଅନ ଅଫ୍ ଜର୍ଣାଲିଷ୍ଟ ସଭାପତି ଆଚାର୍ଯ୍ୟ ବିଶ୍ୱରଂଜନ,ଉପ ସଭାପତି ବ୍ରଜ ରଣସିଂହ, ସମ୍ପାଦକ ଆଲୋକ ମହାରଣା, ରଣପୁର ମହୋତ୍ସବ କମିଟି ର ସତ୍ୟନାରାୟଣ ମହାପାତ୍ର, ଦିନେଶ ପରିଡ଼ା, ସନ୍ତୋଷ ପଟ୍ଟନାୟକ ଓ ସ୍ଥାନୀୟ ଲୋକେ କାଚ ଭାଙ୍ଗି ଯାତ୍ରୀ ମାନଙ୍କୁ ଉଦ୍ଧାର କରିଥିଲେ ।

ଅଗ୍ନୀଶମ ବାହିନୀ ଗାଡ଼ି,ଆଠ ଗୋଟି ଆମ୍ବୁଲାନ୍ସ ରେ ଚାନ୍ଦପୁର ବସନ୍ତ ମଞ୍ଜରୀ ସାଧାରଣ ସ୍ୱାସ୍ଥ୍ୟ କେନ୍ଦ୍ର କୁ ୧୨ ଜଣ ଓ ରଣପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର କୁ ୨୭ ଜଣଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। ଡ଼ଃ ବୈଦ୍ୟନାଥ ନନ୍ଦ, ଡ଼ଃ ନାୟକ ତୁରନ୍ତ ଚିକିତ୍ସା କାର୍ଯ୍ୟ ରେ ଲାଗିଥିଲେ। ବାଉଁଶିଆପଡା ଛାଟିଆ ଦାସ କୁ ମୃତ ଘୋଷଣା କରିଥିଲେ। ଜଣେ ମହିଳା ଙ୍କ ସମେତ ୪ ଜଣ ଗୁରୁତର ଙ୍କୁ ଭୁବନେଶ୍ଵର ରେଫର କରାଯାଇଥିଲା। ବସ୍ ତଳେ ଯାତ୍ରୀ ଚାପି ହୋଇ ରହିଥିବା ସନ୍ଦେହ ହେବାରୁ ରାତାରାତି ଦୁଇଟି କ୍ରେନ ମାଧ୍ୟମରେ ବସ୍ କୁ ନଦୀ ଭିତରୁ ଉପରକୁ ଟେକି ଅଣାଯାଇଥିଲା। କିନ୍ତୁ କେହି ବସ୍ ତଳେ ରହିନଥିଲେ। ପୋଲ ସୁରକ୍ଷା ବାଡ଼ ଦୁର୍ବଳ ଥିଲା।

ଗତ ଡିସେମ୍ବର ଅଦିନିଆ ବର୍ଷା ରାତିରେ ସେହି ପୋଲ ତଳକୁ ଏକ କାର ଖସି ଭାସିଯାଇ କିଛି ବାଟରେ ଲାଗିଥିଲା। ଏଭଳି ଅନେକ ବାଇକ୍ ନଦୀ ଭିତରକୁ ଖସି ଅନେକ ଆହତ ହୋଇଥିବା ନଜର ରହିଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!