ନୟାଗଡ଼, (ବାଘୁଆବାର୍ତ୍ତା): ଓଡ଼ଗାଁ ଆଦର୍ଶ ଥାନା ଅନ୍ତର୍ଗତ ଗୌଡ଼ପୁଟ ଗ୍ରାମରେ ଆଜି ସକାଳ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଅଛି । ନଦୀରେ ଭାସିଯାଇ ଜଣେ ଶିଶୁର ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକ ଶିଶୁଟି ଶ୍ରଦ୍ଧାଞ୍ଜଳି ବାରିକ । ବୟସ ୨୨ ମାସ ବୋଲି ଜଣାପଡିଛି। ଖବର ଅନୁଯାୟୀ ଆଜି ସକାଳ ୭ ଘଟିକା ସମୟରେ ଗୌଡ଼ପୁଟ ଜଗନ୍ନାଥ ସାହିର ନିଜ ମା ଶାନ୍ତିଲତା ବାରିକଙ୍କ ସହ ଦୁଆଣ୍ଟ ନଦୀକୁ ଗାଧୋଇବାକୁ ଯାଇଥିଲା। କିନ୍ତୁ ଅସାବଧାନତାବଶତଃ ହେତୁ ପିଲାଟି ଖସି ଭାସି ଯାଇଥିଲା। ମା ଶାନ୍ତିଲତା ବହୁତ ଖୋଜାଖୋଜି ପରେ ନ ପାଇ ଗାଁ ଲୋକଙ୍କ ଖବର ଦେଇଥିଲେ।ବହୁତ ଖୋଜାଖୋଜି ପରେ ୧୦୦ ମିଟର ଦୂରରେ ଏକ ବ୍ରିଜରେ ପିଲାଟିକୁ ଦେଖୁ ଅଞ୍ଚଳବାସୀ ଉଦ୍ଧାର କରିଥିଲେ। ପରେ ଓଡ଼ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଡାକ୍ତର ଶିଶୁଟିକୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି। ଯାହା ଫଳରେ ସ୍ଥାନୀୟ ଅଞ୍ଚଳରେ ଏକ ଶୋକର ବାତାବରଣ ଖେଳି ଯାଇଛି।





