ନୟାଗଡ଼,(ବାଘୁଆବାର୍ତ୍ତା); ନୟାଗଡ଼ ସଦରଥାନା ଅନ୍ତର୍ଗତ ବାଲୁଗାଁରୁ ପୁଲିସ ବ୍ରାଉନସୁଗର ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ବ୍ୟକ୍ତି ହେଲେ ବୋଲଗଡ଼ ଥାନା ଅନ୍ତର୍ଗତ ମାଣିକାଗୋଡ଼ା ଗ୍ରାମର ସରିଫ୍ ୟୁଦିନ ଖାଁ । ତାଙ୍କଠାରୁ ୨ ଗ୍ରାମର ୧୫୦ ମିଲିଗ୍ରାମ ବ୍ରାଉନସୁଗର ଜବତ କରାଯାଇଥିବା ସୂଚନା ମିଳିଛି । ସେ ବାଲୁଗାଁ ଅଞ୍ଚଳକୁ ଆସି ବ୍ରାଉନସୁଗାର କାରବାର କରୁଥିବା ନେଇ ସୂଚନା ପାଇଁ ପୁଲିସ ଚଢ଼ାଉ କରିଥିଲା । ଆଜି ତାଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି ।





