ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଟାଉନଥାନା ପୁଲିସ ଦୁଇ ଜଣ ବ୍ରାଉନସୁଗାର ବେପାରିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସେମାନେ ହେଲେ ସ୍ଥାନୀୟ ଲେଙ୍କୁଡ଼ିପଡ଼ା ଗ୍ରାମର ସରୋଜ କୁମାର ମହାନ୍ତି(୨୪) ଏବଂ ରଶ୍ମୀ ରଞ୍ଜନ ବିଶ୍ୱାଳ(୨୪) । ସେମାନଙ୍କଠାରୁ ୧୬ଟି ପୁଡ଼ିଆ ତଥା ୧ ଗ୍ରାମ ୧୧ ମିଲିଗ୍ରାମର ବ୍ରାଉନସୁଗାର ଜବତ କରାଯାଇଥିବା ଟାଉନଥାନ ଅଧିକାରୀ ଜୟଦୀପ ମହାନ୍ତି ସୂଚନା ଦେଇଛନ୍ତି ।






