ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଫତେଗଡ଼ ଥାନା ପୁଲିସ ଆଜି ୮ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ଖୋର୍ଦ୍ଧା ଥାନା ଗୁରୁଜଙ୍ଗ ଗ୍ରାମର ମନମୋହନ ସାହୁ ଓ ଜଟଣୀ ଥାନା ଗଙ୍ଗପଡ଼ା ଗ୍ରାମର ଅଶୋକ କୁମାର ଦାସ । କଳାପଥର ଫତେଗଡ଼ ରାସ୍ତାର ମଣିପୁର ଛକଠାରେ ରବିବାର ଯାଞ୍ଚ ସମୟରେ ଏହି ଦୁଇ ଯୁବକଙ୍କ ଠାରୁ ବ୍ରାଉନସୁଗାର ଜବତ କରାଯାଇଛି। ଆସନ୍ତାକାଲି ଦୁଇଜଣଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ଜଣାଯାଇଛି ।






