କଟକ,(ବାଘୁଆବାର୍ତ୍ତା): କଟକ ବାଲିଯାତ୍ରା ପଡ଼ିଆ ନିକଟରୁ ଲକ୍ଷାଧିକ ଟଙ୍କାର ବ୍ରାଉନ ସୁଗାର ଜବତ ହୋଇଛି । ବାଲିଯାତ୍ରା ପଡ଼ିଆ ନିକଟରେ ପୂର୍ବରୁ ବ୍ରାଉନ ସୁଗାର ବିକ୍ରି କରାଯାଉଥିବା ନେଇ କଟକ ପୁଲିସ ପାଖରେ ସୂଚନା ଥିଲା । ଆଜି ଅଚାନକ ଚଢ଼ଉ କରି ଉକ୍ତ ବ୍ୟବସାୟୀ ଠାରୁ ୨୨୫ ଗ୍ରାମର ବ୍ରାଉନ ସୁଗାର ଜବତ କରିବା ସହିତ ବ୍ୟବସାୟୀକୁ ଗିରଫ୍ କରିଛି । ତେବେ ଜବତ ହୋଇଥିବା ବ୍ରାଉନ ସୁଗାରର ମୂଲ୍ୟ ୨୩ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଇଛି । ଗିରଫ ହୋଇଥିବା ବ୍ୟବସାୟୀ ଜଣକ ଜଳେଶ୍ୱରର ବାସିନ୍ଦା ଅବଦୁଲ ହୁସେନ ବୋଲି ପୁଲିସ ସୂଚନା ଦେଇଛି ।





