ଯାଜପୁର, (ବାଘୁଆବାର୍ତ୍ତା): ବ୍ରାହ୍ମଣୀ ନଦୀରେ ଭାସି ଗଲେ ଦୁଇଜଣ ଯୁବକ । ନଦୀରେ ଗାଧେଉଥିବା ବେଳେ ଭାସିଯାଇଛନ୍ତି ଦୁଇ ଯୁବକ । ଖବର ପାଇ ଅଗ୍ନିଶମ ବିଭାଗର କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁସାରେ, ଯାଜପୁର ଜିଲ୍ଲା ବାଲିଆର ମିଶ୍ରସାହି ଅଞ୍ଚଳର ଦୁଇ ଜଣ ଯୁବକ ନିକଟସ୍ଥ ବ୍ରାହ୍ମଣୀ ନଦୀରେ ଗାଧୋଉଥିବା ବେଳେ ଅସାବଧାନତା ଯୋଗୁଁ ନଦୀ ସୂଅରେ ଭାସିଯାଇଥିଲେ । ଭାସି ଯିବାର ଦେଖି ସ୍ଥାନୀୟ ଲୋକ ଉଦ୍ଧାର କରିବାକୁ ଉଦ୍ୟମ କରିବା ସହ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ । ଅଗ୍ନିଶମ ବିଭାଗର କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିବା ସୂଚନା ମିଳିଛି ।





