ନୟାଗଡ଼, (ବାଘୁଆବାର୍ତ୍ତା): ରଣପୁର ନିର୍ବାଚନ ମଣ୍ଡଳୀ ବ୍ରଜରାଜପୁର ପଞ୍ଚାୟତରେ ଖେଳିଯାଇଛି ଶୋକର ଛାୟା l ବ୍ରଜରାଜପୁର ପଞ୍ଚାୟତର ବିଜେଡ଼ି ସଭାପତି ବିପିନ ପ୍ରଧାନଙ୍କ (୫୫) ବର୍ଷ ବୟସରେ ପରଲୋକ ହୋଇଛି l ୧୯୭୦ ମସିହା ମେ ମାସ ୨୦ତାରିଖରେ ଜନ୍ମ ଲାଭ କରିଥିବା ବିପିନ ପ୍ରଧାନ ବିଜେଡ଼ିର ଜଣେ ସକ୍ରିୟ କର୍ମୀ ରହିବା ସହ ଦଳ ତାଙ୍କ ଉପରେ ଆଶା ପ୍ରକଟ କରି ଦୀର୍ଘ ୧୫ବର୍ଷ ହେବ ବ୍ରଜରାଜପୂର ପଞ୍ଚାୟତର ବିଜେଡ଼ି ସଭାପତି ଭାବେ ନିଯୁକ୍ତ ହେଇଥିଲେ l ତେବେ ସେହିଦିନ ଠାରୁ ଦଳ ପାଇଁ କାର୍ଯ୍ୟ କରିଆସୁଥିଲେ l ତେବେ ଶନିବାର ହଠାତ୍ ହାର୍ଟ ଚୋକରେ ତାଙ୍କର ପରଲୋକ ହୋଇଥିଲା l ସ୍ବର୍ଗତ ପ୍ରଧାନ ସ୍ଥାନୀୟ ଅଞ୍ଚଳର ଜଣେ ମେଳାପି ଓ ସ୍ନେହୀ ଲୋକ ଭାବେ ବେଶ୍ ପରିଚିତ l ତାଙ୍କର ମୃତ ଖବର ବିଜୁଳି ମାତ୍ରାରେ ଖେଳିଯିବା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯିବା ସହ ସ୍ୱର୍ଗତ ପ୍ରଧାନଙ୍କ ବାସଭବନରେ ଲୋକାରଣ୍ୟ ହୋଇଥିଲା l ବିଜେଡ଼ିର ଦୃଢ଼ ସଂଗଠକ ସ୍ବର୍ଗତ ପ୍ରଧାନ ପରଲୋକରେ ନୟାଗଡ ବିଧାୟକ ଡ଼ ଅରୁଣ କୁମାର ସାହୁ, ଦଶପଲ୍ଲା ବିଧାୟକ ତଥା ବିଜେଡ଼ି ଜିଲ୍ଲା ସଭାପତି ରମେଶ ଚନ୍ଦ୍ର ବେହେରା, ଜିଲ୍ଲା ପରିଷଦ ଅଧ୍ୟକ୍ଷ ଇ ଦେବାଶିଷ ପଟ୍ଟନାୟକ, ରଣପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ ଶୋକ ବ୍ୟକ୍ତ କରିବା ସହ ସ୍ବର୍ଗତ ପ୍ରଧାନଙ୍କ ପ୍ରତି ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଅମରଆତ୍ମା ସଦଗତି କାମନା କରିଛନ୍ତି l






