ବ୍ରହ୍ମପୁର,(ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲାରେ କରୋନା ପରିସ୍ଥିତି ଚିନ୍ତା ଜନକ ହୋଇପଡ଼ିଛି । ଯାହାକୁ ନେଇ ଗଞ୍ଜାମ ଜିଲ୍ଲାପାଳ ଶନିବାରରୁ ମଙ୍ଗଳବାର ପର୍ଯ୍ୟନ୍ତ ବ୍ରହ୍ମପୁର ସହରକୁ ସଟ୍ଡାଉନ୍ ଘୋଷଣା କରିଛନ୍ତି । ଏହି ସମୟରେ ସହରରେ ର୍ୟାପିଡ୍ ସ୍ୱାବ ପରୀକ୍ଷା କରାଯିବାକୁ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଏଥିପାଇଁ ୭୨ଟି ଟିମ୍ ଗଠନ କରାଯାଇଛି ।





