Tuesday, November 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ ସମ୍ପର୍କରୁ ଗଞ୍ଜେଇ ବ୍ୟବସାୟ, ପ୍ରେମିକାକୁ ହତ୍ୟା କଲା ପ୍ରେମିକ

by ସଞ୍ଜୟ ସ୍ୱାଇଁ
February 23, 2024
in Crime, State
ପ୍ରେମ ସମ୍ପର୍କରୁ ଗଞ୍ଜେଇ ବ୍ୟବସାୟ, ପ୍ରେମିକାକୁ ହତ୍ୟା କଲା ପ୍ରେମିକ
123
VIEWS
Share on FacebookShare on Twitter

ବଲାଙ୍ଗୀର, (ବାଘୁଆବାର୍ତ୍ତା): ବଲାଙ୍ଗୀର ପୁଇଁତଳା ଥାନା କେଶରକେଲା ଗାଁ ନିକଟ ପମ୍ପ ହାଉସ୍ ପଡିଆରେ ମହିଳାଙ୍କୁ ହତ୍ୟା ଘଟଣାରେ ହତ୍ୟାକାରୀ ପ୍ରେମିକକୁ ପୋଲିସ ଗିରଫ କରିଛି I ମୃତ ମହିଳା ବୌଦ୍ଧ ଜିଲ୍ଲା କଣ୍ଟାମାଳ ଥାନା ବୋରିଗୁବା ଗାଁରେ I ତାଙ୍କର ୫ ଝିଅ ଓ ଜଣେ ପୁଅ ରହିଛନ୍ତି I ତେବେ ମହିଳା ଜଣକ ମିଶନ ଶକ୍ତି MBK ଭାବେ କାର୍ଯ୍ୟ କରୁଥିଲେ I ଗତ ବୁଧବାର ଦିନ କୌଣସି କାମରେ ଘରୁ ବାହାରି ଥିଲେ I ରାସ୍ତାରେ ପ୍ରେମିକ ସହ ବାଇକରେ ବସି ବଲାଙ୍ଗୀର ଆସିଥିଲେ I ହତ୍ୟାକାରୀ ପ୍ରେମିକ ନାଁ ସପ୍ତମ ବଗର୍ତ୍ତି I ତାଙ୍କ ଘର ମଧ୍ୟ କଣ୍ଟାମାଳ ଥାନା ଖଲିଆପାଲି ଗାଁରେ I ଦୀର୍ଘ ଦିନରୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ରହିଥିଲା I ବଲାଙ୍ଗୀର ଆସିବା ପରେ ସନ୍ଧ୍ୟାରେ କେଶରକେଲା ଗାଁ ପମ୍ପ ହାଉସ୍ ନିକଟରେ ଥିବା ନିଛାଟିଆ ପଡ଼ିଆକୁ ଯାଇଥିଲେ I ସେଠାରେ ଶାରୀରିକ ସଂପର୍କ ରଖିଥିଲେ I

ଗଞ୍ଜେଇ କାରବାର ଟଙ୍କା ନେଣଦେଣ ପାଇଁ ଉଭୟଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା I ରାଗରେ ଅଭିଯୁକ୍ତ ପ୍ରେମିକ ମହିଳାଙ୍କ ତଣ୍ଟିରେ ଶାଢ଼ୀଗୁଡାଇ ହତ୍ୟା କରିଥିଲା I ପରେ ସେଠାରୁ ଘୋଷାଡ଼ି ନେଇ ଏକ ଗଛ ତଳେ ମୃତଦେହ ପକାଇ ପୁଣି ବାଇକ୍ ଯୋଗେ କଣ୍ଟାମାଳ ପଳାଇଥିଲା I ଘଟଣାସ୍ଥଳରେ ପଡିଥିବା ମୋବାଇଲ ଯାଞ୍ଚ କରିବା ପରେ ପ୍ରେମିକ ସପ୍ତମ ହିଁ ହତ୍ୟାକାରୀ ବୋଲି ପୋଲିସ ସୂଚନା ପାଇଥିଲା I ଗୁରୁବାର ପ୍ରେମିକ ସପ୍ତମକୁ ପୋଲିସ କଣ୍ଟାମାଳରୁ ଗିରଫ କରି ପଚରାଉଚରା କରିଥିଲା I ପୋଲିସ ଆଗରେ କହିଁକି ହତ୍ୟା କଲା ପ୍ରେମିକାଙ୍କୁ ସେନେଇ ଗୋଟି ଗୋଟି କରି ସବୁ ସତ ବଖାଣିଛି ଅଭିଯୁକ୍ତ ପ୍ରେମିକ I ଏନେଇ ଶୁକ୍ରବାର ପୁଇଁତଳା ପୋଲିସ ଅଭିଯୁକ୍ତକୁ ନେଇ କ୍ରାଇମ୍‌ ସ୍ପଟରେ କ୍ରାଇମସିନ୍ ରିକ୍ରେସନ କରିଛି I କେଉଁଠି ବାଇକ୍ ରଖିଥିଲେ, ଶାରୀରିକ ସମ୍ପର୍କ ସ୍ଥାପନ ପରେ କ’ଣ ପାଇଁ ହତ୍ୟା କରିଥିଲା ସେନେଇ ଗୋଟି ଗୋଟି କରି ଅପରାଧ ବଖାଣିଥିଲା ଅଭିଯୁକ୍ତ ସପ୍ତମ I ଆହୁରି ତଦନ୍ତ ଚାଲିଛି, ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଘଟଣାର ପର୍ଦ୍ଦାଫାସ କରାଯିବ ବୋଲି ବଲାଙ୍ଗୀର ଏସଡିପିଓ ପ୍ରଦୀପ ସାହୁ ସୂଚନା ଦେଇଛନ୍ତି I

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!