Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭାରତର ମହିଳା ବକ୍ସର ଏମସି ମ୍ୟାରୀ କମ୍ ଟୋକିଓରେ ବିଜୟ ସହ ଖାତା ଖୋଲିଛନ୍ତି

by ସଞ୍ଜୟ ସ୍ୱାଇଁ
July 25, 2021
in NATIONAL NEWS, Sports, WORLD
ଭାରତର ମହିଳା ବକ୍ସର ଏମସି ମ୍ୟାରୀ କମ୍ ଟୋକିଓରେ ବିଜୟ ସହ ଖାତା ଖୋଲିଛନ୍ତି
63
VIEWS
Share on FacebookShare on Twitter

ଟୋକିଓ, (ବାଘୁଆବାର୍ତ୍ତା):୬ଥରର ବିଶ୍ୱ ଚାମ୍ପିୟନ୍ ଓ ଅଲିମ୍ପିକ୍ସ ପଦକ ବିଜେତା ଭାରତର ଷ୍ଟାର୍ ମହିଳା ବକ୍ସର ଏମସି ମ୍ୟାରୀ କମ୍ ଟୋକିଓରେ ବିଜୟ ସହ ଖାତା ଖୋଲିଛନ୍ତି। ମ୍ୟାରୀ କମ୍ ମହିଳା ୫୧ କେଜି ଓଜନ ବର୍ଗର ରାଉଣ୍ଡ-୩୨ ମୁକାବିଲାରେ ଡୋମିନିକ୍ ରିପବ୍ଲିକର ହର୍ଣ୍ଣାଣ୍ଡିଜ୍ ଗାର୍ସିଆଙ୍କୁ ୪-୧ରେ ହରାଇଛନ୍ତି। ଏହାସହ ମ୍ୟାରୀ କମଙ୍କ ଶକ୍ତ ପଞ୍ଚ୍ ଟୋକିଓ ରିଙ୍ଗରେ ଭାରତ ପାଇଁ ପଦକ ଆଶା ଉଜ୍ଜୀବିତ କରିଛନ୍ତି। ଚଳିତ ଅଲିମ୍ପିକ୍ସରେ ମ୍ୟାରୀ କମ୍ ଉଚିତ୍ ରଣନୀତି ସହ ନିଜର ପ୍ରଥମ ମୁକାବିଲାକୁ ଓହ୍ଲାଇଥିଲା। ସେ ପୂରା ମ୍ୟାଚରେ ନିଜ ଅଭିଜ୍ଞତାର ଭରପୂର ବ୍ୟବହାର କରି ବିଜୟୀ ହୋଇଛନ୍ତି। ତିନି ରାଉଣ୍ଡ ବିଶିଷ୍ଟ ମୁକାବିଲାରେ ମ୍ୟାରୀ କମ୍ ପ୍ରଥମ ରାଉଣ୍ଡରେ ଧୈର୍ଯ୍ୟର ସହ ଖେଳିଥିଲେ। ସେ ନିଜ ପ୍ରତିଦ୍ୱନ୍ଦ୍ୱୀଙ୍କୁ ପରଖିବା ପାଇଁ କିଛି ସମୟ ନେଇଥିଲେ। ଦ୍ୱିତୀୟ ରାଉଣ୍ଡରେ ମ୍ୟାରୀ କମ୍ କିଛି ଆକ୍ରମଣାତ୍ମକ ପଞ୍ଚ୍ ମାରିଥିଲେ। ଗାର୍ସିଆ ମଧ୍ୟ କିଛି ଦମଦାର ପଞ୍ଚ୍ ମାରି ପଏଣ୍ଟ ସଂଗ୍ରହ କରିଥିଲେ। ଏହି ରାଉଣ୍ଡ ଶେଷ ହେବା ବେଳକୁ ଉଭୟ ବକ୍ସରଙ୍କ ସ୍କୋର ୫୦-୫୦ ରହିଥିଲା। ଅର୍ଥାତ୍ ଦୁଇ ଜଜ୍ ମ୍ୟାରୀ କମଙ୍କୁ ଦୁଇଥର ୧୦ ପଏଣ୍ଟ ଦେଇଥିବା ବେଳେ ଗାର୍ସିଆଙ୍କୁ ମଧ୍ୟ ଦୁଇଥର ସମାନ ପଏଣ୍ଟ ମିଳିଥିଲା। ତୃତୀୟ ରାଉଣ୍ଡରେ ମ୍ୟାରୀ କମ୍ ପୂରା ଜୋଶରେ ଆକ୍ରମଣ କରିଥିଲେ। ସେ ପ୍ରତିପକ୍ଷ ବକ୍ସରଙ୍କୁ ପଞ୍ଚ୍ ପରେ ପଞ୍ଚ୍ ମାରି ଚାଲିଲେ। ଏହି ରାଉଣ୍ଡକୁ ଜିତିବା ପାଇଁ ମ୍ୟାରୀ କମ୍ ନିଜର ପୂରା ଶକ୍ତି ଲଗାଇ ଦେଇଥିଲେ। ଏହାସହ ତାଙ୍କୁ ଅଭିଜ୍ଞତାର ମଧ୍ୟ ଭରପୂର ଫାଇଦା ମିଳିଥିଲା। ଏହିପରି ଭାବେ ମ୍ୟାରୀ କମ୍ ତୃତୀୟ ରାଉଣ୍ଡରେ ୫-୦ରେ ବିଜୟୀ ହେବା ସହ ମୁକାବିଲାକୁ ମଧ୍ୟ ଜିତି ନେଇଥିଲେ। ପୂରା ମ୍ୟାଚରେ ମ୍ୟାରୀ କମ୍ ନିଜର ଦମଦାର ‘ରାଇଟ୍ ହୁକ୍’ ଦ୍ୱାରା ଦବଦବା କାଏମ୍ ରଖିଥିଲେ। ଗାର୍ସିଆ ମଧ୍ୟ ମ୍ୟାରୀ କମଙ୍କୁ କଡ଼ା ଚ୍ୟାଲେଞ୍ଜ ଦେଇଥିଲେ, କିନ୍ତୁ ସେ ପଞ୍ଚକୁ ସଠିକ୍ ଭାବେ ଲଗାଇ ପାରିନଥିଲେ। LE ଚାରି ପିଲାର ମା’ ମ୍ୟାରୀ କମ୍ ରାଉଣ୍ଡ-୧୬ ବା ପ୍ରି-କ୍ୱାର୍ଟରଫାଇନାଲରେ କଲମ୍ବିଆର ଇଙ୍ଗ୍ରିଟ ଭାଲେନ୍ସିଆଙ୍କୁ ଭେଟିବେ। ଭାଲେନ୍ସିଆ ୨୦୧୬ ରିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ।

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!