Monday, July 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଲୁଚାରେ ବିବାହ କଲେ ବ୍ରିଟିଶ ପିଏମ୍ ବୋରିସ୍ ଜନସନ୍, ପତ୍ନୀଙ୍କ ବୟସ ୩୩

by ସଞ୍ଜୟ ସ୍ୱାଇଁ
May 30, 2021
in Lifestyle, NATIONAL NEWS
ଲୁଚାରେ ବିବାହ କଲେ ବ୍ରିଟିଶ ପିଏମ୍ ବୋରିସ୍ ଜନସନ୍, ପତ୍ନୀଙ୍କ ବୟସ ୩୩
228
VIEWS
Share on FacebookShare on Twitter

ନୂଆଦିଲ୍ଲୀ, (ବାଘୁଆବାର୍ତ୍ତା): ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନଙ୍କ ବୟସ ଏବେ ୫୬ । ସେ ବିବାହ କଲେ ୩୩ ବର୍ଷୀୟ ମଙ୍ଗେତରଙ୍କୁ । ବିବାହକୁ ନେଇ ଚର୍ଚ୍ଚାରେ ଥିବା ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ୍ ଙ୍କୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ୫୬ ବର୍ଷୀୟ ବୋରିସ୍ ଜନସନ୍ ତାଙ୍କର ୩୩ ବର୍ଷୀୟା ମଙ୍ଗେତର କୈରୀ ସାଇମଣ୍ଡସଙ୍କ ସହ ସିକ୍ରେଟ୍ ମ୍ୟାରେଜ କରିଥିବା ସୂଚନା ମିଳିଛି। ଏହି ବିବାହ କାର୍ୟ୍ୟକ୍ରମରେ ଉଭୟଙ୍କ ପରିବାର ଲୋକ ଓ କିଛି ବନ୍ଧୁ ସାମିଲ ହୋଇଥିଲେ। ମିଡିଆ ରିପୋର୍ଟ ଅନୁଯାୟୀ, ଜନସନ୍ ଏବଂ ସାଇମଣ୍ଡସ୍ ଗୁପ୍ତ ଭାବରେ ବିବାହ କରିସାରିଛନ୍ତି। ଏହା ପୂର୍ବରୁ ୨୦୨୨ ଜୁଲାଇ ୩୦ରେ ସେ ବିବାହ କରିବେ ବୋଲି ଚର୍ଚ୍ଚା ହେଉଥିଲା। ଏଥିପାଇଁ ଉଭୟ ସେମାନଙ୍କ ପରିବାର ଲୋକ ଏବଂ ବନ୍ଧୁ ସମ୍ପର୍କୀୟଙ୍କୁ ନିମନ୍ତ୍ରଣ ପଠାଇଥିଲେ। ତେବେ ଏହି କାର୍ଡରେ ୱେଡିଂ ଭେନ୍ୟୁ ଲେଖାନଥିଲା। ୨୦୧୯ରେ ବୋରିସ୍ ଜନସନ୍ ବ୍ରିଟେନର ପ୍ରଧାନମନ୍ତ୍ରୀ ହେବା ପରେ ସାଇମଣ୍ଡସ୍ ଙ୍କ ସହ ଡାଉନିଂ ଷ୍ଟ୍ରିଟରେ ରହୁଥିଲେ। ଗତ ବର୍ଷ ତାଙ୍କର ଏକ ପୁତ୍ର ସନ୍ତାନ ମଧ୍ୟ ହୋଇଥିଲା। ତାଙ୍କ ପୁଅର ନାମ ୱିଲଫ୍ରେଡ ଲରି ନିକୋଲାସ୍ ଜନସନ ରଖାଯାଇଥିଲା। ଏହା ପୂର୍ବରୁ ଜନସନଙ୍କ ବିବାହ ମରୀନା ହ୍ଵିଲରଙ୍କ ସହ ହୋଇଥିଲା। ଜନସନ୍ ଏବଂ ମରୀନଙ୍କର ୪ଟି ସନ୍ତାନ ରହିଛନ୍ତି। ବିବାହର ୨୫ ବର୍ଷ ପରେ ଜନସନ୍ ମରୀନାଙ୍କ ଠାରୁ ବିବାହ ବିଚ୍ଛେଦ କରିଥିଲେ। ହ୍ଵିଲରଙ୍କ ପୂର୍ବରୁ ଜନସନ୍ ଏଲେଗ୍ରା ମାଷ୍ଟିନ ଓୱେନଙ୍କ ସହ ବିବାହ କରିଥିଲେ। ତେବେ ସାଇମଣ୍ଡସ୍ ଏବେ ତାଙ୍କର ତୃତୀୟ ପତ୍ନୀ ହେବେ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!