ଓଡ଼ଗାଁ, (ବାଘୁଆବାର୍ତ୍ତା):କୁରାଳ ପଞ୍ଚାୟତ ଦଣ୍ଡୋର ଗ୍ରାମର ମାଆ ପାଣିଷଣ୍ଢ ଠାକୁରାଣୀ ମନ୍ଦିର ପରିସରରେ ଆଜି ଦଣ୍ଡୋର ଗ୍ରାମର ଶାନ୍ତନୁ ବିଶୋଇଙ୍କ ମାତା ସ୍ଵର୍ଗତ ରତନୀ ବିଶୋଇଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି ଏଥିରେ ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ର ପୂର୍ବତନ ଅଧ୍ୟକ୍ଷ ଡ.ଅଧିବାସ ପଣ୍ଡା ସଭାପତିତ୍ବ କରିଥିଲେ। ଉକ୍ତ ସଭାରେ କୁଇଜ୍ ମାଷ୍ଟର ଚନ୍ଦ୍ର ବିଜୟୀ ମିଶ୍ର, ଦଧିବାମନ ସଂସ୍କୃତ ମହାବିଦ୍ୟାଳୟ କୁରାଳ ର ଅଧ୍ୟକ୍ଷ ଭାବଗ୍ରାହୀ କର, ପ୍ରକୃତିବନ୍ଧୁ ଶ୍ରୀଧର ପ୍ରଧାନ, ସମାଜସେବୀ ଦିବାକର ନାୟକ, ପ୍ରଗତିବାଦୀ ସାମ୍ବାଦିକ ଅଶୋକ କୁମାର ମହାପାତ୍ର, ରାଜ୍ୟ ପୁରସ୍କାର ପ୍ରାପ୍ତ, ପ୍ରକୃତି ବନ୍ଧୁ ଶିକ୍ଷକ ରଞ୍ଜନ କୁମାର ଦାଶ ଓ ଶିକ୍ଷକ ଯଶୋବନ୍ତ ପଟ୍ଟନାୟକ ଅତିଥିଭାବେ ଯୋଗଦେଇଥିଲେ। ଉକ୍ତ ସ୍ମୃତି ଚାରଣ ସଭା ରେ ଦର୍ପଣ ପବ୍ଳିକେଶନ ନୟାଗଡ଼ ଦ୍ଵାରା ମୁଦ୍ରିତ ଶାନ୍ତନୁ ବିଶୋଇ ଙ୍କ ଦ୍ଵାରା ଲିଖିତ ଗଳ୍ପ ସଂକଳନ “ସେଇ ଦରପୋଡା କାଠ” ପୁସ୍ତକ ଉନ୍ମୋଚନ କରାଯାଇଥିଲା।ପରେ ଅତିଥି ମାନେ ଦଣ୍ଡୋର ଏକ ଛୋଟିଆ ଗ୍ରାମ ହୋଇଥିଲେ ମଧ୍ୟ ଏ ଗ୍ରାମ ଅନେକ ରତ୍ନ ସୃଷ୍ଟି କରିପାରିଛି,ମାଆ ଙ୍କ ଶ୍ରାଦ୍ଧ ବାର୍ଷିକୀ ଦିବସ ରେ ଗୋଟିଏ ପୁଅ ର ପୁସ୍ତକ ଉନ୍ମୋଚନ ମାଆକୁ ଭଲ ପାଇବାର ଏକ ନିଦର୍ଶନ,ଗଳ୍ପ ଓ କବିତା ମାଧ୍ୟମରେ ସମାଜ କୁ ସଚେତନ କରାଇବା ଏବଂ ସମାଜକୁ ଦିଗ୍ ଦର୍ଶନ ଦେବାରେ କବି, ଲେଖକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥି ମାନେ ନିଜ ବକ୍ତବ୍ୟ ରଖିଥିଲେ। ଉକ୍ତ କାର୍ଯ୍ୟକ୍ରମକୁ ଶିକ୍ଷକ ପଞ୍ଚାନନ ପଣ୍ଡା ପରିଚାଳନା କରିଥିଲେ।





