Saturday, July 25, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଘାସିରାମ ପଣ୍ଡାଙ୍କ ପୁସ୍ତକ ‘ଅସୁମାରୀ ସ୍ୱପ୍ନ’ ଉନ୍ମୋଚିତ

by ସଞ୍ଜୟ ସ୍ୱାଇଁ
January 18, 2021
in Literature, State
ଘାସିରାମ ପଣ୍ଡାଙ୍କ ପୁସ୍ତକ ‘ଅସୁମାରୀ ସ୍ୱପ୍ନ’ ଉନ୍ମୋଚିତ
73
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବିଧାନସଭା ପରିସରରେ ବାଚସ୍ପତିଙ୍କ ସଭା କକ୍ଷ ପରିସରରେ ସୋମବାର ଦିନ ଅସୁମାରୀ ସ୍ୱପ୍ନ ପୁସ୍ତକର ଲୋକାର୍ପଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ବାଚସ୍ପତି ଶ୍ରୀ ସୂର୍ଯ୍ୟ ନାରାୟଣ ପାତ୍ର ଯୋଗ ଦେଇ ପୁସ୍ତକ ଉନ୍ମୋଚନ କରିବା ସହ ପ୍ରବନ୍ଧ ଗୁଡିକ ଉଚ୍ଚମାନର ଓ ସମସାମାୟିକ ସମସ୍ୟା ଆଧାରିତ ବୋଲି କହିଥିଲେ । ଅସୁମାରୀ ସ୍ୱପ୍ନ ଏକ ପ୍ରବନ୍ଧ ସଙ୍କଳନ ଅଟେ । ଏଥିରେ ଲେଖକ ତଥା ସାମାଜିକ କର୍ମୀ ଘାସିରାମ ପଣ୍ଡାଙ୍କ ୩୬ଟି ପ୍ରବନ୍ଧ ପ୍ରକାଶ ପାଇଛି । ପ୍ରବନ୍ଧଗୁଡିକ ପୂର୍ବରୁ ଓଡ଼ିଶାର ବିଭିନ୍ନ ପ୍ରତିଷ୍ଠିତ ଖବର କାଗଜରେ ପ୍ରକାଶିତ ହୋଇ ସାରିଛି । ଆ’କାର, ସୁବର୍ଣ୍ଣପୁର ଦ୍ୱାରା ପ୍ରକାଶିତ ଏହି ପୁସ୍ତକ ‘ଅସୁମାରୀ ସ୍ୱପ୍ନ’ ଲେଖକଙ୍କ ନିଜସ୍ୱ ଅନୁଭୂତିର ଆଧାରିତ ଅଟେ । ପ୍ରବନ୍ଧଗୁଡିକ ଭିତରେ ପ୍ରାଥମିକ ବିଦ୍ୟାଳୟ ବନ୍ଦର ପ୍ରଭାବଠାରୁ ଆରମ୍ଭ କରି ଭେଦଭାବ ମୁକ୍ତ ବିଦ୍ୟାଳୟ, ଶିକ୍ଷା ପାଇଁ ବ୍ୟୟ ବୋଝ ନୁହେଁ,ବିଦ୍ୟାଳୟ ବାହାରେ କେତେ ପିଲା, ବିଦ୍ୟାଳରେ ଯୌନ ନିର୍ଯାତନା ଓ ଅଧିକାରୀଙ୍କ ଦାୟିତ୍ୱ, ଦେଶାନ୍ତରୀ ଶିଶୁଙ୍କ ଶିକ୍ଷାଧିକାର, ବାଲ୍ୟ ବିବାହ ବଢ଼େଇବ କରୋନା, ବିବାହ ବୟସ, ଶିଶୁ ଓ ସାଇବର ଅପରାଧ, କରୋନା ଓ ପ୍ରଭାବିତ ଶୈଶବ, କେଉଁ ଯଶବାନ ଉଡାଇବ ହେ! ଭଳି କିଛି ପ୍ରସଙ୍ଗ ବେଶ ଉଚ୍ଚ ପ୍ରଶଂସିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପୂର୍ବତନ ଅଧ୍ୟକ୍ଷା କସ୍ତୁରୀ ମହାପାତ୍ର, ମହିଳା କମିଶନର ଅଧ୍ୟକ୍ଷା ଡ ମିନତୀ ବେହେରା, ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସନ୍ଧ୍ୟାବତୀ ପ୍ରଧାନ, ଏକ୍ସନ୍ଏଡର ସହାୟକ ନିର୍ଦ୍ଦେଶକ ଦେବବ୍ରତ ପାତ୍ରଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଯୋଗ ଦେଇଥିଲେ । ଏଥିରେ ଓଡ଼ିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ ଅଧ୍ୟକ୍ଷତା କରିଥିଲେ ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!