Friday, November 27, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବୋମା ବିସ୍ଫୋରଣରେ ଦୁଇ ମୃତ୍ୟୁ, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି: ବିଜେଡି

by ସଞ୍ଜୟ ସ୍ୱାଇଁ
May 13, 2025
in State
ବୋମା ବିସ୍ଫୋରଣରେ ଦୁଇ ମୃତ୍ୟୁ, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦର୍ଶାଉଛି: ବିଜେଡି
70
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଯାଜପୁର ଜିଲ୍ଲାର ଛତିଆ ଠାରେ ଆଜି ବୋମା ମାଡ଼ ଘଟଣାରେ ଦୁଇଜଣଙ୍କ ମୃତ୍ୟୁ ହେବା ସହ ଜଣେ ଗୁରୁତର ଆହତ ହୋଇଛନ୍ତି, ଯାହା ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି। ଗତ ଦୁଇ ସପ୍ତାହ ଭିତରେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ଅଧିକ ବିପର୍ଯ୍ୟସ୍ତ ହୋଇଛି ବୋଲି ବିଜୁ ଜନତା ଦଳ ଅଭିଯୋଗ କରିବା ସହିତ ରାଜ୍ୟର ଗୃହମନ୍ତ୍ରୀ ଦାୟିତ୍ୱରେ ଥିବା ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଦାବି ରଖିଛି। ବିଜେଡି ତରଫରୁ ଜାରି କରାଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ଼ ଲେନିନ ମହାନ୍ତି କହିଛନ୍ତି, ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ପିପିଲି ନିର୍ବାଚନମଣ୍ଡଳୀରେ ଦୁଇ ଦିନ ତଳେ ଏକ ନାବାଳିକାର ଦୁଷ୍କର୍ମ ଘଟଣା ଲୋକଲୋଚନକୁ ଆସିଛି। ସେହିପରି, ମେ ମାସ ପ୍ରଥମ ସପ୍ତାହରେ, କୋରାପୁଟ ଜିଲ୍ଲାର ଲମତାପୁଟର ଗୁନେଇପଡା ଏସଟିଏସସି ବାଳିକା ଛାତ୍ରୀ ନିବାସରେ ଆଠ ବର୍ଷ ବାଳିକା ଧର୍ଷଣର ଶିକାର ହୋଇଥିଲା। ଏପ୍ରିଲ ୨୬ ତାରିଖରେ, ଯାଜପୁର ଜିଲ୍ଲାରେ ଏକ ମହିଳାଙ୍କୁ ଅପହରଣ ଓ ଗଣ ଦୁଷ୍କର୍ମ ଭଳି ଘଟଣା ରାଜ୍ୟବାସୀଙ୍କୁ ବ୍ୟଥିତ କରିଥିଲା। ସେହି ଏପ୍ରିଲ ୨୬ ତାରିଖ ଦିନ, ଜଣେ ୨୩ ବର୍ଷର ଦଳିତ ଯୁବତୀଙ୍କୁ ତାଳଚେର ରେଳ ଷ୍ଟେସନ ନିକଟରୁ ଅପହରଣ ଓ ଦୁଷ୍କର୍ମ ପରେ ହତ୍ୟା କରା ଯିବା ପରେ ତାଙ୍କୁ ଏସିଡ ପକାଇ ପୋଡ଼ିଦେବା ଭଳି ନାରକୀୟ କାଣ୍ଡ ଘଟିଥିଲା। ସେ ଆହୁରି କହିଛନ୍ତି, ରାଜ୍ୟରେ ଏବେ କଥା କଥାକେ ମୁଣ୍ଡ ଗଡୁଛି। ଏପ୍ରିଲ ୨୧ ତାରିଖରେ, ଜଣେ ଯୁବକର ମୁଣ୍ଡ ଭୁବନେଶ୍ୱର ରେଳ ଷ୍ଟେସନ ନିକଟରୁ ମିଳିଥିବା ବେଳେ ଗଣ୍ଡି ଭଦ୍ରକ ଷ୍ଟେସନ ନିକଟରୁ ମିଳିଥିଲା। ପ୍ରତିଦିନ ରାଜ୍ୟରେ ତିନିରୁ ଅଧିକ ହତ୍ୟା ଘଟଣା ସାମ୍ନାକୁ ଆସୁଛି। ରାଜଧାନୀ ଭୁବନେଶ୍ୱର ଓ ଗଞ୍ଜାମ ଜିଲ୍ଲା ଏବେ ହତ୍ୟାର ହଟସ୍ପଟ ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ। ଗତ ଦେଢ଼ ମାସ ଭିତରେ ଗଞ୍ଜାମ ଜିଲ୍ଲାରେ ୧୬ ହତ୍ୟା, ୨୮ ହତ୍ୟା ଉଦ୍ୟମ ଓ ୩୫ଟି ମନ୍ଦିରରୁ ଚୋରି ହୋଇଛି, ଯାହା ରାଜ୍ୟବାସୀଙ୍କ ପାଇଁ ଚିନ୍ତାଜନକ। ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ଦିନକୁ ଦିନ ଅଧିକ ବିପର୍ଯ୍ୟସ୍ତ ହୋଇ ପଡୁଥିବା ବେଳେ ରାଜ୍ୟ ସରକାରଙ୍କ ଏଥି ପ୍ରତି ନିଘା ନାହିଁ। ଗୃହ ମନ୍ତ୍ରାଳୟର ଦାୟିତ୍ୱରେ ଥିବା ରାଜ୍ୟର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ପରିସ୍ଥିତି ଉପରେ ରାଜ୍ୟବାସୀଙ୍କ ସମ୍ମୁଖରେ ସ୍ପଷ୍ଟୀକରଣ ରଖନ୍ତୁ ବୋଲି ଡ଼ ମହାନ୍ତି କହିଛନ୍ତି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!