ନୟାଗଡ଼ (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନାରେ କାର୍ଯ୍ୟରତ ମହିଳା ଡେକ୍ସ ଅଧିକାରୀ ଅଞ୍ଚଳି ସାଙ୍କ ସାହାସିକତାକୁ ନେଇ ଚର୍ଚ୍ଚା ଯୋର ଧରିଛି । ଗତ କାଲି ରାତିରେ ପୋଲି କୌଣସି ସୂତ୍ରରୁ ଖବର ପାଇ ଏକ ଗୋରୁ ବୋଝେଇ ଗାଡ଼ିକୁ ଯବତ କରିବା ସହ ଚାରିଗୋଟି ଗାଇକୁ ଉଧାର କରିଛନ୍ତି । ଗୋରୁ ମାଫିଆ ମାନେ ବିଭିନ୍ନ ଅସ୍ତ୍ରଶସ୍ତ୍ର ଦେଖାଇ ପୁଲିସ ଉପରକୁ ମାଡ କରୁଥିଲେ । ମହିଳା ଅଧିକାରିଣୀ ସାହସିକତା ସହ ତାଙ୍କ ପିଛା କରୁଥିଲେ । ଗୋରୁ ମାଫିଆମାନେ ବେଗୁନିଆ କୋଳତାଙ୍କ ନିକଟରେ ଗାଡ଼ିକୁ ଛାଡି ପଳାୟନ ହୋଇଥିଲେ । ପୁଲିସ ପକ୍ଷରୁ ଓଡି୨୫/୫୧୫୫ ବୋଏଲର ଗାଡ଼ିକୁ ଜବତ କରିବା ସହ ଗାଈକୁ ଉଦ୍ଧାର କରିଛନ୍ତି । ଏନେଇ ଚାନ୍ଦପୁର ଥାନାରେ ୭୬/୨୨୧ରେ ଏକ ମାମଲା ରୁଜୁ ହୋଇଛି । ସୂଚନାନୁସାରେ, ଉକ୍ତ ଗାଡ଼ିଟି ଓଡଗାଁ ଅଞ୍ଚଳରୁ ଚୋରି ହୋଇଥିବାର ଖବର ମିଳିଛି । ଏହି ଚଢ଼ଉ ସମୟରେ ଏଏସଆଇ ଆର.କେ.ବେହେରା ଓ ସ୍ୱେଛାସେବୀ ଧୀରେନ୍ଦ୍ର କୁମାର ସାହୁ ପୁଲିସକୁ ସହଯୋଗ କରିଥିଲେ ।






