ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଦଶପଲ୍ଲା ଥାନା ଅନ୍ତର୍ଗତ ଖୋର୍ଦ୍ଧା-ବଲାଙ୍ଗିର ଜାତୀୟ ରାଜପଥର କୁଆଁରିଆ ଡ୍ୟାମ୍ ଛକ ନିକଟରେ ଆଜି ଏକ ଦୁର୍ଘଟଣା ଘଟିଛି । ଏକ ବାଇକ୍ ଏବଂ ଦ୍ରୁତଗତିରେ ଆସୁଥିବା ଏକ ବୋଲେରୋ ମୁହାଁମୁହିଁ ଧକ୍କା ହୋଇଛି । ଫଳରେ ବାଇକ୍ ଆରୋହି ସ୍ଥାନୀୟ ନାହାକପଡ଼ା ଅଞ୍ଚଳର ସୁଶାନ୍ତ ବେହେରା (୨୯) ଓ ପଛରେ ବସିଥିବା ମୁହୁଲିଆ ଗାଁର ମନୋରଞ୍ଜନ ମିଶ୍ର (ବୁଟୁ) ଗୁରୁତର ଆହତ ହୋଇଛନ୍ତି । ଖବରପାଇ ୧୦୮ ଆମ୍ବୁଲାନ୍ସ ଦୁଇ ଆହତଙ୍କୁ ଦଶପଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରିଥିଲା । ଅବସ୍ଥା ଗୁରୁତର ଥିବାରୁ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତରିତ କରାଯାଇଛି ।





