ନୟାଗଡ଼, (ବାଘୁଆବାର୍ତ୍ତା): ବଲାଙ୍ଗିର ଗସ୍ତରେ ଆସି କୋଭିଡ୍ ସ୍ଥିତି ସମୀକ୍ଷା କରିଛନ୍ତି ପୁଲିସ ଡିଜିପି ଅଭୟ । ସକାଳ ୯ଟାରେ ହେଲିକ୍ୟାପ୍ଟର ଯୋଗେ ଆସି ମନୋହରପୁର ହେଲିପ୍ୟାଡ୍ରେ ପହଞ୍ଚିବା ପରେ ବଲାଙ୍ଗିର ରିଜର୍ଭ ପୁଲିସ କାର୍ଯ୍ୟାଳୟରେ ବରିଷ୍ଠ ପୁଲିସ ଅଧିକାରୀଙ୍କ ସହିତ ଜିଲ୍ଲାର କୋଭିଡ ପରିସ୍ଥିତି ଉପରେ ସମୀକ୍ଷା କରିଥିଲେ । କୋଭିଡ କଟକଣାକୁ କେମିତି ପାଳନ କରାଯାଉଛି, ଆଗକୁ ଆଉ କଣ କରାଯାଇପାରିବ ଏ ନେଇ ଦୀର୍ଘ ଦେଢ଼ଘଣ୍ଟା ଧରି ଆଲୋଚନା କରିଥିଲେ । ଏପରିକି ଜିଲ୍ଲାର ନକ୍ସଲ ସମସ୍ୟା ଓ ଅପରାଧକୁ ନେଇ ଆଲୋଚନା କରିଥିବା ସୂଚନା ଦେଇଥିଲେ ଡିଜିପି । ସମୀକ୍ଷା ବୈଠକରେ ଡିଜିପିଙ୍କ ସହିତ ଡିଆଇଜି ସ୍ପେସିଆଲ ଇଣ୍ଟେଲିଜେନ୍ସ ୱଙ୍ଗ ଅନିରୁଦ୍ଧ ସିଂହ, ଉତ୍ତରାଞ୍ଚଳ ଡିଆଇଜି ନରସିଂହ ଭୋଳ, ବଲାଙ୍ଗିର ଦାୟିତ୍ୱରେ ଥିବା ବରଗଡ ଏସପି ପଦ୍ମିନୀ ସାହୁ, ବଲାଙ୍ଗିର ଅତିରିକ୍ତ ଏସପି ମନୋରଞ୍ଜନ ପ୍ରଧାନ ପ୍ରମୁଖ ବରିଷ୍ଠ ପୁଲିସ ଅଧିକାରୀ ଯୋଗଦେଇଥିଳେ । ସମୀକ୍ଷା ପରେ ବଲାଙ୍ଗିର ଆଦର୍ଶଥାନା ଓ ସଦରଥାନାକୁ ଯାଇ ବୁଲି ଦେଖିଥିଲେ ଡିଜିପି ।





