ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ପାଇଁ ଏକ ପ୍ରସ୍ତୁତି ବୈଠକ ଜୁମ ମାଧ୍ୟମରେ ଅନୁଷ୍ଠିତ ହୋଇ ଯାଇଛି। କରୋନା ମହାମାରୀ ସମୟରେ କିଭଳି ଚଳିତ ବର୍ଷ ବୋଇତ ବନ୍ଦାଣ କରାଯିବ ସେ ନେଇ ବୈଠକରେ ଆଲୋଚନା ହୋଇ ଯାଇଛି । ବୋଇତ ବନ୍ଦାଣ କମିଟି ସଭାପତି କିସାନ ଦାଶଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ନୟାଗଡ଼ ବିଧାୟକ ତଥା କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଧ୍ୟକ୍ଷତା କରିଥିଲେ। ପରମ୍ପରା ନଭାଙ୍ଗିବା ପାଇଁ ଚଳିତ ବର୍ଷ ଗୋଟିଏ ଦିନ ବୋଇତ ବନ୍ଦାଣ କରାଯିବ ଏବଂ ଏହି କାର୍ଯ୍ୟକ୍ରମକୁ ଲୋକମାନେ ଅନଲାଇନ ମାଧ୍ୟମରେ ଦେଖିବେ ବୋଲି ନିଷ୍ପତ୍ତି ଗ୍ରହଣ କରା ଯାଇଛି। କାର୍ଯ୍ୟକ୍ରମରେ ୫୦ରୁ ଉର୍ଦ୍ଧ୍ବ ଲୋକ ରୁଣ୍ଡ ନହେବା ପାଇଁ ଅନୁରୋଧ କରାଯାଇଛି। ଆଜିର ବୈଠକରେ ଉପଜିଲ୍ଲାପାଳ ଲଗ୍ନଜିତ ରାଉତ, ପୌର ନିର୍ବାହୀ ଅଧିକାରୀ ସନ୍ତୋଷ କୁମାର ଜେନା ଉପସ୍ଥିତ ରହିଥିବା ବେଳେ ପୁରୁଣା ସହରର ବହୁ ବ୍ୟକ୍ତି ଯୋଡ଼ି ହୋଇଥିଲେ ।





