ନୟାଗଡ଼, (ବାଘୁଆବାର୍ତ୍ତା) : ନୟାଗଡ଼ ସହରରେ ଆଜି ଏକା ବିସ୍ମୟକର କଥା ଦେଖିବାକୁ ମିଳିଛି । ଏକ ବୋଡ଼ା ସାପ ରାସ୍ତା ଉପରକୁ ଚାଲି ଆସିଥିବାରୁ ସାପ ଦେଖିବାକୁ ଗହଳୀ ସୃଷ୍ଟି ହୋଇଥିଲା । ଫଳରେ କିଛି ସମୟ ପାଇଁ ଏହି ରାସ୍ତାରେ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଥିଲା । ମିଳିଥିବା ଖବରଅନୁସାରେ, ନୟାଗଡ଼ ପିଟିଏସ୍ ଛକଠାରୁ ଲେଙ୍କୁଡ଼ିପଡ଼ା ମଧ୍ୟରେ ଏଭଳି ଦୃଶ୍ୟ ଦେଖା ଯାଇଥିଲା । ଏକ ବୋଡ଼ା ସାପ ନୟାଗଡ଼ ଓଡ଼ଗାଁ ରାସ୍ତା ଉପରକୁ ଚାଲି ଆସିଥିବା ବେଳେ ଏହାକୁ ଦେଖିବାକୁ ବେଶ ଜନସମାଗମ ହୋଇଥିଲା ।






