Sunday, July 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଶୀତ ଋତୁ ଆସୁଥିବାରୁ କୋଭିଡ୍‌ ବଢ଼ିବା ଆଶଙ୍କାରେ କଟକଣା କଡ଼ା କଲା ଭୁବନେଶ୍ୱର ମହାନଗର ନିଗମ

by ସଞ୍ଜୟ ସ୍ୱାଇଁ
October 4, 2021
in State
ଶୀତ ଋତୁ ଆସୁଥିବାରୁ କୋଭିଡ୍‌ ବଢ଼ିବା ଆଶଙ୍କାରେ କଟକଣା କଡ଼ା କଲା ଭୁବନେଶ୍ୱର ମହାନଗର ନିଗମ
89
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଶୀତ ଋତୁ ଆସୁଥିବାରୁ କୋଭିଡ୍‌ ବଢ଼ିବା ଆଶଙ୍କାରେ କଟକଣା କଡ଼ା କଲା ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି)। ବାହାଘର, ବ୍ରତଘର ଓ ଶୁଦ୍ଧିକାର୍ୟ୍ୟରେ ଲୋକସଂଖ୍ୟା ଉପରେ କଟକଣା କରାଯାଇଛି। ଏଣିକି ଏଭଳି ସାମାଜିକ କାର୍ୟ୍ୟରେ ସର୍ବାଧିକ ୫୦ ଜଣଙ୍କୁ ଅନୁମତି ମିଳିବ। କାର୍ୟ୍ୟକ୍ରମ ଆୟୋଜକ ପ୍ରବେଶ ସ୍ଥାନରେ ଥର୍ମାଲ ସ୍କ୍ରିନିଂ ବ୍ୟବସ୍ଥା କରିବେ। କେବଳ ଖାଇବା ସମୟ ଛଡ଼ା ଅନ୍ୟ ସବୁଠି ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରାଯାଇଛି। ଗାଇଡଲାଇନ ଉଲ୍ଲଂଘନ ହେଲେ ଆୟୋଜକ ଓ ହଲ୍‌ ମାଲିକ ଦାୟୀ ରହିବେ। କଠୋର କଟକଣା ଯୋଗୁ ଏବେ ବହୁ କମ୍‌ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଭୁବନେଶ୍ୱରରେ ଆକ୍ରାନ୍ତ ସଂଖ୍ୟା ୨୦୦ ତଳରେ ରହୁଛି। ଗତକାଲି ବିଏମ୍‌ସି ଅଞ୍ଚଳରୁ ୧୪୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସେଥିରୁ ୧୦୯ ଲୋକାଲ୍‌ କେସ୍‌ ରହିଛନ୍ତି। ରବିବାର ସୁଦ୍ଧା ବିଏମ୍‌ସି ଅଞ୍ଚଳରେ ୧୧୩୩୭୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେଥିରୁ ୧୦୨୨ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦୮୮୧୫ ଜଣ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ବର୍ତ୍ତମାନ ୩୫୧୨ ଜଣ ବିଭିନ୍ନ କୋଭିଡ୍‌ ହସ୍ପିଟାଲ୍‌ରେ ଚିକିତ୍ସିତ ହେଉଛନ୍ତି। ତେବେ ଆଗକୁ ପାର୍ବଣ ଓ ଶୀତ ଋତୁ ଆସୁଥିବାରୁ କୋଭିଡ୍‌ ଗାଇଡ୍‌ଲାଇନ୍‌କୁ କଠୋର କରିଛନ୍ତି। ଦୋକାନ ବଜାର, ସପିଂ ମଲ୍‌ ଓ ବାହାରେ ଭିଡ ନକରିବାକୁ ଅପିଲ୍‌ କରାଯାଉଛି। ଏଥିପ୍ରତି ପୁଲିସ କଡ଼ା ନଜର ରଖିଛି।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!