Monday, June 8, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବ୍ଲଡବ୍ୟାଙ୍କ ସ୍ଥିତି ଅନୁଧ୍ୟାନ କଲେ ଅରୁଣ

by ସଞ୍ଜୟ ସ୍ୱାଇଁ
April 19, 2020
in Health, Politics, Society
Blood donation
18
VIEWS
Share on FacebookShare on Twitter

ପାଞ୍ଚ ଦିନରେ ୧୨୨ୟୁନିଟ୍ ରକ୍ତ ସଂଗ୍ରହ

ନୟାଗଡ଼,(ବାଘୁଆବାର୍ତ୍ତା ବ୍ୟୁରୋ): ନୟାଗଡ଼ ରକ୍ତ ଭଣ୍ଡାରରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଜୀବନବିନ୍ଦୁ ମାଧ୍ୟମରେ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ସ୍ଥାନୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶରେ ଗତ ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ରକ୍ତ ସଂଗ୍ରହ ପ୍ରକ୍ରିୟା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜୀବନବିନ୍ଦୁ ମାଧ୍ୟମରେ ଏହି ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଚାଲୁ ରହିଛି । ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ରକ୍ତଦାନ କାର୍ଯ୍ୟକ୍ରମ ପଞ୍ଚମ ଦିନରେ ମୋଟ ୧୨୨ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଆଜିର ଦିବସରେ ଖୁଣ୍ଟୁବନ୍ଧ ପଞ୍ଚାୟତ ପକ୍ଷରୁ ୧୦ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ମାଛିପଡ଼ା ପଞ୍ଚାୟତ ପକ୍ଷରୁ ୭ ୟୁନିଟ୍ ଓ ନଡ଼ିଆଳି ପଞ୍ଚାୟତ ପକ୍ଷରୁ ୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ଏବଂ ଅନ୍ୟାନ୍ୟ ବର୍ଗରୁ ୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ପଞ୍ଚମ ଦିବସରେ ୨୭ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ପାଞ୍ଚଦିନ ମଧ୍ୟରେ ମୋଟ ୧୨୨ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି ।

 

ନୟାଗଡ଼ ବିଧାୟକ ତଥା ରାଜ୍ୟ ସରକାରଙ୍କର କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ନୟାଗଡ଼ ମୁଖ୍ୟ ଡାକ୍ତରଖାନାର ବ୍ଳଡ୍‌ବ୍ୟାଙ୍କ ଗୃହକୁ ପ୍ରବେଶ କରି ସ୍ଥିତି ଅନୁଧ୍ୟାନ କରିଛନ୍ତି । ଜୀବନବିନ୍ଦୁ ମାଧ୍ୟମରେ ଚାଲିଥିବା ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିବା ଜନପ୍ରତିନିଧି ଓ ଡାକ୍ତରୀଦଳଙ୍କୁ ଧନ୍ୟବାଦ ଦେବା ସହ ଆଗାମୀ ଦିନରେ ଯେପରି ନୟାଗଡ଼ ଜିଲ୍ଲାରେ ରକ୍ତର ଅଭାବ ରହିବନାହିଁ ସେଥିପ୍ରତି ଧ୍ୟାନ ଦେବାପାଇଁ ପରାମର୍ଶ ଦେଇଛନ୍ତି । ବିଜୁ ଯୁବବାହିନୀ, ଛାତ୍ରବିଜେଡି, ଯୁବ ବିଜେଡିମାନଙ୍କ ମିଳିତ ଉଦ୍ୟମରେ ଏହି ରକ୍ତଦାନ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ସମାଜସେବୀ ନିରଞ୍ଜନ ବିଧାର, ପୂର୍ଣ୍ଣଚନ୍ଦ୍ର ନାୟକ, ଅଜିତ୍‌ପ୍ରସାଦ ସାହୁ, ବିଜୁ ଯୁବବାହିନୀର ଜିଲ୍ଲା ସଂଯୋଜକ ଦୁର୍ଯ୍ୟୋଧନ ବେହେରା, ବ୍ଲକ୍ ସଂଯୋଜକ ମନୋଜ କୁମାର ନାୟକ, ଯୁବ ବିଜେଡି ପକ୍ଷରୁ ରମେଶ କୁମାର ସାହୁ, ବ୍ଲକ୍ ଉପାଧ୍ୟକ୍ଷ ସୁବାଷ କହଁର, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ପୂର୍ବତନ ଏନ୍‌ଏସି ଚେୟାରମ୍ୟାନ୍ ଗୁରୁପ୍ରସାଦ ଜେନା, ସମାଜସେବୀ ଦାମୋଦର ସାହୁ, ପୂର୍ବତନ କାଉନ୍‌ସିଲର ଜାନକୀବଲ୍ଲଭ ଜେନା ପ୍ରମୁଖ ଯୋଗଦେଇ ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ ।

Tags: Blood Collectblood donation

Leave a Reply Cancel reply

Your email address will not be published. Required fields are marked *

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!