Friday, June 5, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା

by ସଞ୍ଜୟ ସ୍ୱାଇଁ
April 18, 2026
in Nayagarh
ରୋଗୀଙ୍କ ପାଇଁ ଦେବଦୂତ ସାଜିଲେ ସୁରେଶ:ରୋଗୀଙ୍କ ପାଇଁ ଇଟାମାଟିରୁ ଭୁବନେଶ୍ବର ଯାତ୍ରା
163
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ଇଟାମାଟିରୁ ଭୁବନେଶ୍ୱର ଯାଇ ରକ୍ତଦାନ କରି ଦେଖାଇଲେ ମହାନତା । ଜଣେ କର୍କଟ ରୋଗୀଙ୍କ ପାଇଁ ରକ୍ତର ଆବଶ୍ୟକତା ଥିଲା । ଭୁବନେଶ୍ୱର ରେଡକ୍ରସ ବ୍ଲଡ଼ ବ୍ୟାଙ୍କରେ ରକ୍ତର ଅଭାବ ଥିଲା । ସେଥିପାଇଁ ରକ୍ତଦାତା ନହେଲେ ରକ୍ତଦେଇ ହେବ ନାହିଁ ବୋଲି କହିଥିଲେ ।
ବ୍ଲଡ଼ ବ୍ୟାଙ୍କ କର୍ମଚାରୀଙ୍କ କଥା ଶୁଣିବା ପରେ ରୋଗୀର ସଂମ୍ପର୍କୀୟଙ୍କ ପାଦ ତଳୁ ମାଟି ଖସିଯାଇଥିଲା। କେଉଁଠୁ ଯୋଗାଡ଼ କରିବେ ବ୍ଲଡ଼। ବହୁ ଖୋଜାଖୋଜି ପରେ ମଧ୍ୟ ରକ୍ତଦାତା କେହି ମିଳିଲେ ନାହିଁ । ଯୁବ ସାମ୍ବାଦିକ ଜୟେନ୍ଦ୍ର ବେହେରା ଏହି ସୂଚନା ପାଇ ଅନେକଙ୍କୁ ଫୋନ କରି ପଚାରିଥିଲେ । ଶେଷରେ ଅନନ୍ୟା ଫାଉଣ୍ଡେସନର ଆଶୁତୋଷଙ୍କୁ ଯୋଗାଯୋଗ ପରେ ଇଟାମାଟି କୃଷ୍ଣପ୍ରସାଦ ଗାଁର ସୁରେଶ କୁମାର ସାହୁ ରାତି ଅଧରେ ରାଜି ହୋଇଥିଲେ । ଭୁବନେଶ୍ବର ଯାଇ କର୍କଟ ପୀଡ଼ିତଙ୍କୁ ରକ୍ତ ଦେବାକୁ ଅନୁରୋଧ କରିଥିଲେ । ବିଳମ୍ବିତ ରାତିରେ କିଛି ନ ଭାବି ହଁ କରିଦେଇଥିଲେ ସୁରେଶ । ଇଟାମାଟିରେ ଥିବା ନିଜ ଚା’ ଦୋକାନ ବନ୍ଦ କରି ସକାଳୁ ସକାଳୁ ବାହାରି ଯାଇ ଭୁବନେଶ୍ୱରରେ ପହଞ୍ଚିଲେ । କ୍ଷୀର ପକେଟ ଏବଂ ଦିନଯାକର ରୋଜଗାର ବନ୍ଦ ହେଉ ପଛେ ଜଣଙ୍କ ଜୀବନ ବଞ୍ଚିଯାଉ । ରକ୍ତ ଦେବା ପରେ ରୋଗୀଙ୍କ ସମ୍ପର୍କୀୟଙ୍କ ମୁହଁରେ ଯୋଉ ଅନାବିଳ ସ୍ନେହ ଟିକକ ଦେଖନ୍ତି ସେଥିରେ ତାଙ୍କ ପେଟ ପୁରୀ ଯାଏ ବୋଲି ସେ କହିଛନ୍ତି । ତେବେ ଏଭଳି ମହାନତା ତାଙ୍କର ନୂଆ ନୁହେଁ । ପୂର୍ବରୁ ସେ ପ୍ରାୟ ୨୧ଥର ଦେଇ ଅନ୍ୟମାନଙ୍କ ଜୀବନ ବଞ୍ଚାଇଛନ୍ତି । ତାଙ୍କର ଏଭଳି ମହାନତା ଏବେ ଅନ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!