Monday, September 21, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମ୍ବାଦିକ ଭବନରେ ରକ୍ତଦାନ ଶିବିର ଅନୁଷ୍ଠିତ, ୩୭ ୟୁନିଟ ରକ୍ତ ସଂଗ୍ରହ

by ସଞ୍ଜୟ ସ୍ୱାଇଁ
April 9, 2023
in Health, Nayagarh, State
ସାମ୍ବାଦିକ ଭବନରେ ରକ୍ତଦାନ ଶିବିର ଅନୁଷ୍ଠିତ, ୩୭ ୟୁନିଟ ରକ୍ତ ସଂଗ୍ରହ
107
VIEWS
Share on FacebookShare on Twitter

(ବାଘୁଆବାର୍ତ୍ତା): ରକ୍ତ ଦେବା ଜୀବନ ବଞ୍ଚାଇବା । ରକ୍ତ ଦାନ ମହାପୁନ୍ୟ । ଏହି ନାରା ଦେଇ ଆଜି ନୟାଗଡ଼ ସାମ୍ବାଦିକ ଭବନ ପରିସରରେ ସ୍ୱେତ୍ସାକୃତ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ନୟାଗଡ଼ ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଓ ଆରକ୍ଷୀ ଅଧୀକ୍ଷକ ଅଲେଖ ଚନ୍ଦ୍ର ପହି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ । ପ୍ରଥମ ରକ୍ତ ଦାତା ଭାବେ ସାମ୍ବାଦିକ ବିଭୁତି ଭୁଷଣ ସ୍ୱାଇଁ, ରୋଟାରିଆନ ପ୍ରସନ୍ନ କୁମାର ବସନ୍ତିଆ ଓ ଲକ୍ଷ୍ମୀଧର ସାହୁ ରକ୍ତ ଦାନ କରିଛନ୍ତି । ଅତିଥି ମାନେ ରକ୍ତ ଦାତାଙ୍କୁ ସାର୍ଟିଫିକେଟ ପ୍ରଦାନ କରିଛନ୍ତି । ମୋଟ ୩୭ ୟୁନିଟ ରକ୍ତ ସଂଗ୍ରହ କରାଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ସାମ୍ବାଦିକ ଭବନ ସଭାପତି ବୈଦ୍ୟଭୁଷଣ ମହାପାତ୍ର, ବାଘୁଆବାର୍ତ୍ତା ସମ୍ପାଦକ ସଞ୍ଜୟ କୁମାର ସ୍ୱାଇଁ, ସମାଜସେବୀ ଦାମୋଦର ସାହୁ, ସାମ୍ବାଦିକ ରାମକୃଷ୍ଣ ରଥ, ଶ୍ରୀକାନ୍ତ ଖଟ୍ଟେଇ, ପ୍ରମୋଦ ପଟ୍ଟନାୟକ, ଧୀରେନ୍ଦ୍ର ପଟ୍ଟନାୟକ, ନିହାର ରଞ୍ଜନ ପଟ୍ଟନାୟକ, ବିଭୁତି ଭୁଷଣ ସ୍ୱାଇଁ, ବିଶ୍ୱଜିତ ନାୟକ, ଦେବବ୍ରତ ନାୟକ, ରବିନ୍ଦ୍ର ଦାସ, ଜୟନ୍ତ ମିଶ୍ର, ପ୍ରଶାନ୍ତ ଜେନା, ସ୍ୱରୁପ ପଟ୍ଟନାୟକ, ବିମଳ ପଟ୍ଟନାୟକ ଓ ରୋଟାରିଆନ ଆରିଫ ଖାଁ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ପ୍ରମୁଖ ଉପସ୍ଥିତ ରହି ପରିଚାଳନା କରିଥିଲେ ।

ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଡ.ଅଜୟ କୁମାର ବାହିନପତି ଓ ଆୟୁଷ ଡାକ୍ତର ସଞ୍ଜୟ କୁମାର ଦାସ ପ୍ରମୁଖ ରକ୍ତଦାନ ଶିବିରକୁ ପରିଚାଳନା କରିଥିଲେ । ନୟାଗଡ଼ ବ୍ଲଡ ବ୍ୟାଙ୍କ କାଉନସିଲର ଅଜୟ କୁମାର ପଟ୍ଟନାୟକ, ଏଲଟି ସରୋଜ କୁମାର ସାହୁ, ଅଭିମନ୍ୟୁ ସାହୁ, ସନାତନ ସୁନ୍ଦରାୟ ଓ ମାନସ ବେହେରା ପ୍ରମୁଖ ବ୍ଲଡ କ୍ୟାମ୍ପରେ ସହଯୋଗ କରିଥିଲେ । ଡାକ୍ତର ମନୋଜ କୁମାର ତ୍ରିପାଠୀ ଉପସ୍ଥିତ ରହି ରକ୍ତଦାନ କରିଥିଲେ । ସେହିପରି ଚକ୍ଷୁ ବିଶେଷଜ୍ଞ ଅରବିନ୍ଦ ଦାସ ଉକ୍ତ କାର୍ଯ୍ୟକ୍ରମରେ ସାମିଲ ହୋଇ ସାମ୍ବାଦିକ ମାନଙ୍କୁ ଉତ୍ସାହିତ କରିଥିଲେ । ସହଯୋଗ କରିଥିବା ମେଡିକାଲ ଟିମ, ରୋଟାରିଆନ ବନ୍ଧୁ, ପୁଲିସ କର୍ମଚାରୀ, ସତ୍ୟମ ଓ ୟୁନିଟେକ ଅନୁଷ୍ଠାନର ସମସ୍ତ ରକ୍ତଦାତା ମାନଙ୍କୁ ସାମ୍ବାଦିକ ଭବନ ପକ୍ଷରୁ ଅଶେଷ ଧନ୍ୟବାଦ ଅର୍ପଣ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!