ଶରଣକୁଳ, (ବାଘୁଆବାର୍ତ୍ତା): ଶରଣକୁଳର ବାଉଁଶିଆଠାରେ ରାଜ୍ୟର ଦିବ୍ୟାଙ୍ଗ ତଥା ଭିନ୍ନକ୍ଷମ ଓ ଅସହାୟ ମାନଙ୍କ କଲ୍ୟାଣ ଥଇଥାନ ଓ ଅଧିକାର ନିମନ୍ତେ କାର୍ୟ୍ୟରତ ସମାଜ ସେବୀ ଅନୁଷ୍ଠାନ ‘ଆଶ୍ରୟ’ ପକ୍ଷରୁ ବିଭିନ୍ନ ଗ୍ରାମରେ ସ୍ୱେଛାକୃତ ଭାବେ ରକ୍ତଦାନ କରିବାକୁ ପଥପ୍ରାନ୍ତ ଦାସକାଠିଆ ମାଧ୍ୟମରେ ଗ୍ରାମବାସୀଙ୍କୁ ସଚେତନ କରାଯାଉଅଛି । ଏହାସହ ଲିପପ୍ଲେଟ ବଣ୍ଟନ, କାନ୍ଥବାଡ଼ରେ ପୋଷ୍ଟର ଓ ବ୍ୟାନର, ଗ୍ରାମସଭା ମାଇକରେ ପ୍ରଚାର ମାଧ୍ୟମରେ ରକ୍ତଦାନ ନିମନ୍ତେ ଜନ ସଚେତନତା କରାଯାଇଅଛି । ‘ଆଶ୍ରୟ’ର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସମାଜସେବୀ ଲୋକନାଥ ଦାଶଙ୍କ ନେତୃତ୍ୱରେ ‘ଆଶ୍ରୟ’ ପରିବାରର ସଭ୍ୟମାନେ ଗାଁ ଗାଁ ବୁଲି ଆସନ୍ତା ଅକ୍ଟୋବର ୨ ତାରିଖ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ଉପଲକ୍ଷେ ବାଉଁଶିଆରେ ଅନୁଷ୍ଠିତ ହେବାକୁ ଥିବା ଆଶ୍ରୟର ରକ୍ତଦାନ ଶିବିରରେ ରକ୍ତଦାନ କରିବାକୁ ବିଭିନ୍ନ ଜନ ସଚେତନତା ମାଧ୍ୟମରେ ଆହ୍ୱାନ କରିଥିଲେ । ଶରଣକୁଳର ସ୍ଥାନୀୟ ଅଞ୍ଚଳ ତଥା – ବଡ଼ କୁଟୁଣୀ, ଧୁଷୁମା, ଆଙ୍ଗିସିଙ୍ଗି, ବାଉଁଶିଆ, ଶିଖରପୁର, କଜଳାଇପଲ୍ଲୀ, ଅସୁରଢିପା, ମୁଗପାଟଣା, ମଗର ବନ୍ଧ, ହରିହରପୁର, ଗମ୍ଭାରୀ, ପୁଆଣିଆ, ବଡ଼ପୁଟ, ନରେନ୍ଦ୍ରପୁର, ବରସାହି, ଜଗନ୍ନାଥପୁର ଓ କଟରାଝରୀ ଆଦି ୩୦ ଗୋଟି ଗ୍ରାମରେ ‘ଆସ ରକ୍ତଦାନ କରି ରୋଗୀର ଜୀବନ ବଞ୍ଚାଇବା’ ସମ୍ପର୍କରେ ‘ଆଶ୍ରୟ’ର ରକ୍ତଦାନ ଅଭିଜାନ ଅନୁଷ୍ଠିତ ହୋଇଥିଲା । ଏହି ଅଭିଜାନ କାର୍ୟ୍ୟକ୍ରମରେ ଦାସକାଠିଆ କଳାକାର ପ୍ରଫୁଲ୍ଲ ନାହାକ ଓ ସାଥି ଅଲେଖ ନାହାକଙ୍କ ସହିତ ଗୀତିକାର ରାମକୃଷ୍ଣ ମହାରଣା, ସ୍ୱେଛାସେବୀ ଭିକାରୀ ଚରଣ ସ୍ୱାଇଁ ଆନନ୍ଦ ପାଢ଼ୀ, ଦିଲ୍ଲୀପ କୁମାର ସାହୁ, ଅନୀଲ କୁମାର ପ୍ରଧାନ ଓ ଚିତ ରଞ୍ଜନ ପ୍ରଧାନ ସହଯୋଗ କରିଛନ୍ତି । ‘ତା’ ଜୀବନ ଧନ୍ୟ ଯେ କରେ ରକ୍ତଦାନ’ । ଆସ ଆମେ ସପଥ ନେବା ରକ୍ତଦାନ କରି ରୋଗୀର ଜୀବନ ବଞ୍ଚାଇବା ।






