Monday, July 13, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

କଲେଇ ପଂଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ସୁରେନ୍ଦ୍ର ରାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ରକ୍ତଦାନ ଶିବିର ଅନୁଷ୍ଠିତ, ଯୋଗ ଦେଲେ ବିଧାୟକ ଓ ସାଂସଦ

by ସଞ୍ଜୟ ସ୍ୱାଇଁ
October 17, 2021
in State
କଲେଇ ପଂଚାୟତର ପୂର୍ବତନ ସରପଞ୍ଚ ସ୍ୱର୍ଗତ ସୁରେନ୍ଦ୍ର ରାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ ଓ ରକ୍ତଦାନ ଶିବିର ଅନୁଷ୍ଠିତ, ଯୋଗ ଦେଲେ ବିଧାୟକ ଓ ସାଂସଦ
69
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ଆଜି ହେଉଛି କଲେଇ ପଂଚାୟତର ପ୍ରାକ୍ତନ ସରପଞ୍ଚ ତଥା ସମାଜସେବି ଓ ଦିବଂଗତ ନେତା ଶ୍ରୀସୁରେନ୍ଦ୍ର ରାୟଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ ସ୍ବର୍ଗତ ସୁରେନ୍ଦ୍ର ରାୟଙ୍କ ପ୍ରତିମୂର୍ତ୍ତି ଉନ୍ମଚନ, ସ୍ମୃତି ସ୍ମରଣିକା ଉନ୍ମୋଚନ ଓ ରକ୍ତଦାନ ଶିବିର ସୁରେନ୍ଦ୍ର ରାୟଙ୍କ ପୁତ୍ର ତାପସ ରାୟଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ସଭାପତି ଅଭିନ୍ନସୁନ୍ଦର ସାହୁଙ୍କ ସଭାପତିତ୍ୱରେ ସଭା ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ଅତିଥି ଭାବେ ମଞ୍ଜୁଲତା ମଣ୍ଡଳ,ଉଦଘାଟକ ମାନ୍ୟବର ବିଧାୟକ ସଂଜୀବ ମଲ୍ଲିକ,ଭଦ୍ରକ ବିଜେଡି ଜିଲ୍ଲା ସଭାପତି ଜଗନ୍ନାଥ ସ୍ୱାଇଁ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପଞ୍ଚାୟତ ସମିତି ଅଧକ୍ଷ ରଘୁନାଥ ଧଳ, ପଞ୍ଚାୟତ ସମିତି ଉପାଧକ୍ଷା ଜ୍ୟୋସ୍ନାମଞ୍ଜରୀ ରାଉତ,ପୂର୍ବତନ ପଞ୍ଚାୟତ ସମିତି ଅଧକ୍ଷ ମଳୟ କୁମାର ଜେନା,ଭଦ୍ରକ ଯୁବ ବିଜେଡି ସଭାପତି ମୁକୁନ୍ଦଦେବ ସାମଲ, ଭଦ୍ରକ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ,ଭଦ୍ରକ ଜିଲ୍ଲା ଯୁବ ବିଜେଡି ସମ୍ପାଦକ ତୁଷାରକାନ୍ତି ପରିଡା ଏବଂ ଅନେକ ନେତୃମଣ୍ଡଳୀ ଉପସ୍ଥିତ ଥିଲେ । ମଞ୍ଚରେ ଉପସ୍ଥିତ ଥିବା ସମସ୍ତ ନେତୃମଣ୍ଡଳୀ ସୁରେନ୍ଦ୍ର ରାୟଙ୍କ ସ୍ୱାଭିମାନ,ସଚ୍ଚୋଟ ପଣିଆ ଓ ସମାଜ ସେବାକୁ ପ୍ରଶଂସା କରିବା ସହିତ ଏକ ଲଢୁଆ ନେତା ଭାବରେ ୮୦ ଦଶକରୁ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା କଥା କହିଥିଲେ । କାର୍ୟ୍ୟକ୍ରମର ଆରମ୍ଭରୁ ପ୍ରଥମେ ଓଡିଶା ମୋ ପରିବାର ଆନୁକୂଲ୍ୟରେ ରକ୍ତଦାନ ଶିବିରକୁ ମାନ୍ୟବର ବିଧାୟକ ଉଦଘାଟନ କରିବା ପରେ ଦିବଂଗତ ନେତା ସୁରେନ୍ଦ୍ର ରାୟଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ କରାଯାଇଥିଲା ଓ ପରେ ସଭାକାର୍ୟ୍ୟକ୍ରମ ଅତି ଶୃଙ୍ଖଳାର ସହିତ ସମାପନ କରିବା ପାଇଁ ଉପସ୍ଥିତ ଥିବା ସୁରେନ୍ଦ୍ର ରାୟ ସ୍ମୃତି କମିଟିର ସଦସ୍ୟ ମାନେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ପରିଶେଷରେ ଯୁବ ନେତା, ଭଦ୍ରକ ବ୍ଲକ ଯୁବ ବିଜେଡି ସମ୍ପାଦକ ତଥା କଲେଇ ପଞ୍ଚାୟତର ଯୁବ ନେତା,ପୂର୍ବତନ ସରପଞ୍ଚ ସ୍ବର୍ଗତ ସୁରେନ୍ଦ୍ର ରାୟଙ୍କ ସୁପୁତ୍ର ଙ୍କ ଉଜ୍ଜଳ ମୟ ଭବିଷ୍ୟତ କାମନା କରିବା ସହିତ କଲେଇ ପଞ୍ଚାୟତ ବାସୀଙ୍କ ସେବା କରିବା ପାଇଁ ଅଦମ୍ୟ ସାହସ ସହିତ ଆସନ୍ତା ନିର୍ବାଚନରେ ସାହାଯ୍ୟ କରିବା ପାଇଁ ପଞ୍ଚାୟତ ବାସୀଙ୍କୁ ଅନୁରୋଧ କରିଥିଲେ ମଂଚାସୀନ ଅତିଥି ।

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!