Wednesday, April 22, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରକ୍ତପାଇଁ ଫେରିଲେ, ମନ୍ତ୍ରୀଙ୍କ ସମୀକ୍ଷା

by Anil Panda
April 22, 2020
in Breaking, Health
ରକ୍ତପାଇଁ ଫେରିଲେ, ମନ୍ତ୍ରୀଙ୍କ ସମୀକ୍ଷା
11
VIEWS
Share on FacebookShare on Twitter

୩୪ ୟୁନିଟ୍ ରକ୍ତ ସଂଗ୍ରହ

ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ରକ୍ତ ଭଣ୍ଡାରରେ ନୟାଗଡ଼ ନିର୍ବାଚନ ମଣ୍ଡଳୀ ପକ୍ଷରୁ ଜୀବନବିନ୍ଦୁ ମାଧ୍ୟମରେ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ସ୍ଥାନୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶରେ ଗତ ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ରକ୍ତ ସଂଗ୍ରହ ପ୍ରକ୍ରିୟା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜୀବନବିନ୍ଦୁ ମାଧ୍ୟମରେ ଏହି ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଚାଲୁ ରହିଛି । ଆଜି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ସରକାରଙ୍କ କୃଷି ଓ କୃଷକ, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ଏବଂ ଉଚ୍ଚଶିକ୍ଷା ମନ୍ତ୍ରୀ ନୟାଗଡ଼ ମୁଖ୍ୟ ଡାକ୍ତରଖାନାର ରକ୍ତଭଣ୍ଡାରରେ ପହଞ୍ଚି ରକ୍ତଦାନ ସମ୍ପର୍କରେ ସମୀକ୍ଷା କରିଥିଲେ । ବିଭିନ୍ନ ପଞ୍ଚାୟତରୁ ଆସିଥିବା ଯୁବକମାନେ ରକ୍ତ ନଦେଇ ଫେରିଥିବା ଜଣାପଡିଥିଲା । ଖରାଦିନେ ରକ୍ତର ଅଭାବ ଦେଖାଯାଇଥିବାରୁ ଡ. ସାହୁ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ରକ୍ତଦାନ ପାଇଁ ଅନୁରୋଧ କରିଥିଲେ । ଗୋଟିଏ ପକ୍ଷରେ ସାମାଜିକ ଦୂରତା ପାଳନ ନିମନ୍ତେ ଦୈନିକ ୨୦ ୟୁନିଟ୍ ରକ୍ତ ଦେବାପାଇଁ ନିଷ୍ପତ୍ତି କରାଯାଇଥିବା ବେଳେ ଏବେ ପ୍ରତ୍ୟେକ ପଞ୍ଚାୟତରୁ ରକ୍ତ ଦାନ କରିବା ପାଇଁ ଯୁବଗୋଷ୍ଠୀ ବ୍ୟାକୁଳ ହେଉଛନ୍ତି । ଆଜିର ଦିବସରେ କେନ୍ଦୁଢ଼ିପି ପଞ୍ଚାୟତ ପକ୍ଷରୁ ୧୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଇକିରି ପଞ୍ଚାୟତ ପକ୍ଷରୁ ୧୩ ୟୁନିଟ୍‌, ବିରୁଡ଼ା ପଞ୍ଚାୟତ ପକ୍ଷରୁ ୬ ୟୁନିଟ୍‌, ବାଉଁଶିଆପଡ଼ା ପଞ୍ଚାୟତ ପକ୍ଷରୁ ୧ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ମୋଟ ୩୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଅନେକ ଯୁବକ ଆଜି ରକ୍ତଦାନ ପାଇଁ ଆସି, ରକ୍ତ ନଦେଇ ପାରି ଫେରିଥିବା ଜଣାଯାଇଛି । ବିଜୁ ଯୁବବାହିନୀ, ଛାତ୍ରବିଜେଡି, ଯୁବ ବିଜେଡିମାନଙ୍କ ମିଳିତ ଉଦ୍ୟମରେ ଏହି ରକ୍ତଦାନ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ସମାଜସେବୀ ନିରଞ୍ଜନ ବିଧାର, ପୂର୍ଣ୍ଣଚନ୍ଦ୍ର ନାୟକ, ଅଜିତ୍ ପ୍ରସାଦ ସାହୁ, ବିଜୁ ଯୁବବାହିନୀର ଜିଲ୍ଲା ସଂଯୋଜକ ଦୁର୍ଯ୍ୟୋଧନ ବେହେରା, ବ୍ଲକ୍ ସଂଯୋଜକ ମନୋଜ କୁମାର ନାୟକ, ଯୁବ ବିଜେଡି ପକ୍ଷରୁ ରମେଶ କୁମାର ସାହୁ, ବ୍ଲକ୍ ଉପାଧ୍ୟକ୍ଷ ସୁବାଷ କହଁର, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ପୂର୍ବତନ ଏନ୍‌ଏସି ଚେୟାରମ୍ୟାନ୍ ଗୁରୁପ୍ରସାଦ ଜେନା, ସମାଜସେବୀ ଦାମୋଦର ସାହୁ, ପୂର୍ବତନ କାଉନ୍‌ସିଲର ଜାନକୀବଲ୍ଲଭ ଜେନା ପ୍ରମୁଖ ଯୋଗଦେଇ ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ । ପ୍ରତ୍ୟେକଦିନ ରକ୍ତଦାତାଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ଅଧିକ ସଂଖ୍ୟକ ରକ୍ତଦେବା ପାଇଁ ସ୍ଥାନୀୟ ଜନପ୍ରତିନିଧିମାନେ ସ୍ଥାନୀୟ ମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

ମୁଖ୍ୟମନ୍ତ୍ରୀ କନ୍ୟାଦାନ ଯୋଜନା:୨୧ରେ ଯୋଡ଼ା ହେଲେ ୨୨ଯୋଡ଼ା ନବ ଦମ୍ପତ୍ତି

April 22, 2026
ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

ପ୍ରଶାସନିକ ସ୍ତରରେ କବି ଜୟଦେବଙ୍କ ଜୟନ୍ତୀ ପାଳିତ

April 20, 2026
ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

ସୁନାମଧନ୍ୟ ବଂଶୀବାଦକ ବାଉରୀବନ୍ଧୁଙ୍କ ପରଲୋକରେ ଶୋକସଭା

April 20, 2026
ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

ରୋଟାରୀ କ୍ଲବ୍ ନୟାଗଡ଼ରେ ପଲ୍ ହ୍ୟାରିସ୍‌ଙ୍କ ଜନ୍ମଦିନ

April 20, 2026
ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

ପବିତ୍ର ଅକ୍ଷୟ ତୃତୀୟାରେ ଅଖିମୁଠି ଅନୁକଳ କଲେ ମନ୍ତ୍ରୀ

April 20, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!