ନୟାଗଡ଼,(ବାଘୁଆବାର୍ତ୍ତା): ଆଜି ବିଶ୍ୱ ରେଡକ୍ରସ୍ ଦିବସ ଅବସରରେ ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳଙ୍କ ସଭାଗୃହରେ ଅନୁଷ୍ଠିତ ଶିବିରରେ ୧୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ଏହି ଶିବିରକୁ ଅତିରିକ୍ତ ଜିଲ୍ଲାପାଳ ବିଧାନ ଚନ୍ଦ୍ର ରାୟ ଓ ଜରୁରୀ କାଳିନ ବିଭାଗ ଅଧିକାରୀ ଧୋବା ନାୟକ ପ୍ରମୂଖ ଆନୁଷ୍ଠାନିକ ଉଦ୍ଘାଟନ କରିଥିଲେ । ଜିଲ୍ଲା ପ୍ରଶାସନ ଓ ରେଡକ୍ରସ ସ୍ୱେଚ୍ଛାସେବୀ ମିଳିତ ଆନୁକୁଲ୍ୟରେ ଏହି ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା । ରକ୍ତ ଭଣ୍ଡାର କର୍ମଚାରୀଙ୍କ ସମେତ ସମାଜସେବୀ ଦାମୋଦର ସାହୁ, ଅଜୟ କୁମାର ରଥ, ବିଭୂତି ଭୂଷଣ ପଟ୍ଟନାୟକ ସମେତ ଅନେକ ଏହି ରକ୍ତଦାନ ଶିବିରକୁ ସହଯୋଗ କରିଥିଲେ ।






