ନୟାଗଡ଼,(ବାଘୁଆବାର୍ତ୍ତୀ): ନୟାଗଡ଼ ରକ୍ତ ଭଣ୍ଡାରରେ ଜୀବନବିନ୍ଦୁ ମାଧ୍ୟମରେ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ନୟାଗଡ଼ ବିଧାୟକ ତଥା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶରେ ଚାଲିଥିବା ଏହି ରକ୍ତଦାନ କାର୍ଯ୍ୟକ୍ରମର ଆଜିର ଦିବସରେ ନୟାଗଡ଼ ପୈାର ପରିଷଦ ଅନ୍ତର୍ଗତ ୫ନଂ ୱାର୍ଡ଼ରୁ ୬ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ୬ନଂ ୱାର୍ଡ଼ରୁ ୫ୟୁନିଟ୍, ୭ନଂ ୱାର୍ଡ଼ରୁ ୬ ୟୁନିଟ୍, ୮ନଂ ୱାର୍ଡ଼ରୁ ୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ଅନ୍ୟାନ ୨ ୟୁନିଟ୍ ରକ୍ତ ସଂଗୃହିତ ହୋଇଛି । ମୋଟ ୨୪ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ବିଜୁ ଯୁବବାହିନୀ, ଛାତ୍ରବିଜେଡି, ଯୁବ ବିଜେଡିମାନଙ୍କ ମିଳିତ ଉଦ୍ୟମରେ ଏହି ରକ୍ତଦାନ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଯୁବ ବିଜେଡି ପକ୍ଷରୁ ରମେଶ କୁମାର ସାହୁ, ପୂର୍ବତନ ଏନ୍ଏସି ଚେୟାରମ୍ୟାନ୍ ଗୁରୁପ୍ରସାଦ ଜେନା, ଅମୁଲ୍ୟ ମହାନ୍ତି, ସାରଦା ପ୍ରସାଦ ମହାପାତ୍ର, ସତ୍ୟବ୍ରତ ପଟ୍ଟନାୟକ ପ୍ରମୁଖ ଯୋଗଦେଇ ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ ।






