ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ରକ୍ତ ଭଣ୍ଡାରରେ ଜୀବନବିନ୍ଦୁ ମାଧ୍ୟମରେ ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ସ୍ଥାନୀୟ ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ନିର୍ଦ୍ଦେଶରେ ଗତ ୧୫ ତାରିଖ ଠାରୁ ଆରମ୍ଭ ହୋଇଥିବା ଏହି ରକ୍ତ ସଂଗ୍ରହ ପ୍ରକ୍ରିୟା ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ଜୀବନବିନ୍ଦୁ ମାଧ୍ୟମରେ ଏହି ରକ୍ତସଂଗ୍ରହ କାର୍ଯ୍ୟକ୍ରମ ଚାଲୁ ରହିଛି । ଖରାଦିନେ ରକ୍ତର ଅଭାବ ଦେଖାଯାଇଥିବାରୁ ଡ. ସାହୁ ବିଭିନ୍ନ ସୋସିଆଲ ମିଡିଆ ମାଧ୍ୟମରେ ନୟାଗଡ଼ ନିର୍ବାଚନ ମଣ୍ଡଳୀର ସମସ୍ତ ଜନସାଧାରଣଙ୍କୁ ରକ୍ତଦାନ ପାଇଁ ଅନୁରୋଧ କରିଥିଲେ । ଆଜିର ଦିବସରେ ନୟାଗଡ଼ ପୈାର ପରିଷଦ ଅନ୍ତର୍ଗତ ୧ନଂ ୱାର୍ଡ଼ରୁ ୭ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିବା ବେଳେ ୧୩ ନଂ ୱାର୍ଡ଼ରୁ ୧୯ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ମୋଟ ୨୬ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ବିଜୁ ଯୁବବାହିନୀ, ଛାତ୍ରବିଜେଡି, ଯୁବ ବିଜେଡିମାନଙ୍କ ମିଳିତ ଉଦ୍ୟମରେ ଏହି ରକ୍ତଦାନ ସଂଗ୍ରହ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଅଛି । ଯୁବ ବିଜେଡି ପକ୍ଷରୁ ରମେଶ କୁମାର ସାହୁ, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, ପୂର୍ବତନ ଏନ୍ଏସି ଚେୟାରମ୍ୟାନ୍ ଗୁରୁପ୍ରସାଦ ଜେନା, ପୂର୍ବତନ କାଉନ୍ସିଲର ଜାନକୀବଲ୍ଲଭ ଜେନା, ପୈାର ବିଜେଡି ସଭାପତି ଅମୁଲ୍ୟ ମହାନ୍ତି, ପୈାର ପରିଷଦ ଯୁବ ବାହିନୀ ସତ୍ୟଜିତ୍ ମହାନ୍ତି, ଯୁବନେତା ସତ୍ୟବ୍ରତ ପଟ୍ଟନାୟକ, ୧୩ନଂ ୱାର୍ଡ଼ର ପୂର୍ବତନ କାଉନସିଲର ଅଖିଳ ସ୍ୱାଇଁ, ସଂଗ୍ରାମ ଗୁମାନସିଂ ଓ ଅଜୟ କୁମାର ସାହୁ, ଅଶୋକ ସ୍ୱାଇଁ, ଶିବାନନ୍ଦ ମହାପାତ୍ର ଓ ସାରଦା ପ୍ରସାଦ ମହାପାତ୍ର ପ୍ରମୁଖ ଯୋଗଦେଇ ଏହି ରକ୍ତଦାନ କାର୍ଯ୍ୟକ୍ରମକୁ ପରିଚାଳନ କରିଥିଲେ ।






