ନୟାଗଡ଼, (ବାଘୁଆବାର୍ତ୍ତା): ଚଳିତ ମାସ ୧ତାରିଖରୁ ୧୮ବର୍ଷର ଉର୍ଦ୍ଧ ଯୁବକମାନଙ୍କୁ କୋଭିଟ୍ ଟିକା ନେବା ପାଇଁ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଉକ୍ତ ସମୟରେ ରକ୍ତ ଅଭାବ ଦେଖାଦେବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ଜିଲ୍ଲାରେ ଯେମିତି ରକ୍ତର ଶଙ୍କଟ ଦେଖା ନଯାଏ ସେଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୀବନ ଶୈଳୀରେ ଅନୁପ୍ରାଣିତ ହୋଇ କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁଙ୍କ ଆହ୍ୱାନକ୍ରମେ ନୟାଗଡ଼ ସଦର ବ୍ଲକ ଇଟାମାଟି ଶ୍ରୀ ଜଗନ୍ନାଥ କଲ୍ୟାଣ ମଣ୍ଡପ ପରିସରରେ ବ୍ଲକ୍ ଛାତ୍ର ବିଜେଡ଼ି ସଭାପତି ସାଇ ଶୁଭମ୍ଙ୍କ ତତ୍ୱଧାନରେ ଏଜ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଶିବିରରେ ୪୫ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି । ସ୍ୱେଚ୍ଛାକୃତ ରକ୍ତଦାନ ଶିବିର କାର୍ଯ୍ୟକ୍ରମରେ ଯୁକ୍ତ ୨ କଲେଜର ଅଧ୍ୟକ୍ଷ ଅଶୋକ କୁମାର ନାୟକ, ସମାଜସେବୀ ଭାଗୀରଥି ବାଇ, ମୋ ପରିବାର ଜୀବନବିନ୍ଦୁର ଜିଲ୍ଲା ସଂଯୋଜକ ଗୁରୁପ୍ରସାଦ ଜେନା, ବିଜେଡ଼ି ବ୍ଲକ ଯୁବ ସଭାପତି ଦୁର୍ଯୋଧନ ବେହେରା, ଜିଲ୍ଲା ଛାତ୍ର ବିଜେଡ଼ି ସଭାପତି ନିଳମାଧବ ପଣ୍ଡା, ବରିଷ୍ଠ ବିଜେଡ଼ି ନେତା ଶବଚ୍ଚ ରାମ, ବଣିକ ସଂଘର ସଭାପତି ଜାନକୀ ବଲ୍ଲଭ ଜେନା ପ୍ରମୁଖ ଯୋଗ ଦେଇଥିବା ବେଳେ ନୟାଗଡ଼ ରକ୍ତ ଭଣ୍ଡାରର କର୍ମକର୍ତ୍ତା ଓ ସମାଜସେବୀ ଦାମଦୋର ସାହୁ, ଛାତ୍ର ବିଜେଡ଼ିର ବ୍ଲକ୍ ଉପ ସଭାପତି ଶୁଭଙ୍କର ପ୍ରଧାନ, ଦେବାଶିଷ ଶ୍ରୀଚନ୍ଦନ ରୁଦ୍ରମାଧବ ଦାସ, ସାଗତ ସାହୁ ସାହାର୍ଯ୍ୟ ସହଯୋଗ କରିଥିଲେ ।





