ନୟାଗଡ଼,(ବାଘୁଆବାର୍ତ୍ତା): ନୟାଗଡ଼ ବିଜୁ ଜନତା ଦଳ ପକ୍ଷରୁ ବିଜୁ ଜୟନ୍ତି ସମାରୋହ ତଥା ପଞ୍ଚାୟତ ରାଜ ଦିବସ ଉପଲକ୍ଷେ ଆଜି ଦଳୀୟ କାର୍ଯ୍ୟାଳୟଠାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଛି । ନୟାଗଡ଼ ବ୍ଲକ ଓ ପୈାରାଞ୍ଚଳର ୪୩ ଜଣ ବିଜୁ ପ୍ରେମୀ ଆଜି ରକ୍ତଦାନ କରିଥିବା ସୂଚନା ମିଳିଛି । ୧୦୫ ତମ ବିଜୁ ଜୟନ୍ତି ପାଳନ ଅବସରରେ ଏହି ରକ୍ତଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ବିଜୁ ଜନତା ଦଳ ସଭାପତି ଗଙ୍ଗାଧର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ବକ୍ତମାନେ ବିଜୁ ବାବୁଙ୍କ ସାହାସିକତା ଓ ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ । ବିଜୁଙ୍କ ପାଇଁ ମହିଳାମାନେ ସ୍ୱାବଲମ୍ବି ହୋଇପାରିଛନ୍ତି ବୋଲି କୁହାଯାଇଛି । ଏହି ଉପଲକ୍ଷେ ଜୀବନ ବିନ୍ଦୁ ମାଧ୍ୟମରେ ଆୟୋଜିତ ରକ୍ତଦାନ ଶିବିରରେ ନୟାଗଡ଼ ବ୍ଲକ ବିଜେଡି ସଭାପତି ଅଜିତ୍ ସାହୁ, ପୂର୍ବତନ ନଗରପାଳ ଗୁରୁପ୍ରସାଦ ଜେନା, ଶ୍ରମିକ ନେତା ଶ୍ରୀକାନ୍ତ ପଟ୍ଟନାୟକ, କୃଷକ ନେତା ଜଗନ୍ନାଥ ପଣ୍ଡା, ବ୍ଲକ ଯୁବ ବିଜେଡି ସଭାପତି ଦୁର୍ଯ୍ୟୋଧନ ବେହେରା, ପୈାର ସଭାପତି ଅମୁଲ୍ୟ ମହାନ୍ତି, ପୂର୍ବତନ ସରପଞ୍ଚ ନିରଞ୍ଜନ ବିଧାର ପ୍ରମୂଖ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ ।






