Thursday, November 26, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ

by ସଞ୍ଜୟ ସ୍ୱାଇଁ
September 5, 2021
in Health, State
ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତ ଭଣ୍ଡାରରେ ରକ୍ତ ଅଭାବ
48
VIEWS
Share on FacebookShare on Twitter

ବାଲେଶ୍ୱର, (ବାଘୁଆବାର୍ତ୍ତା): ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରକ୍ତର ଅଭାବ କିଛି ରାଜନୈତିକ ସଂଗଠନ ଓ ବେସରକାରୀ ସଂସ୍ଥା ପ୍ରତିଦନ ରକ୍ତ ସଂଗ୍ରହ ନାଁରେ ବାହା ବାହା ମାରୁଥିବା ବେଳେ ବାସ୍ତବ ଚିତ୍ର କିଛିଟା ଓଲଟା । ପ୍ରତିଦିନ ଶହେ ୟୁନିଟି ରକ୍ତର ଆବଶ୍ୟକତା ଥିବା ବେଳେ କରୋନା ମାହାମାରୀ ସମୟରେ ରକ୍ତ ଅଭାବ ଦେଖାଦେଇଥିବାରୁ ଏହାକୁ ପୂରଣ କରିବାକୁ ଅଣ୍ଟା ଭିଡିଛନ୍ତି କିଛି ବ୍ୟକ୍ତି ବିଶେଷ। ନିୟମିତ ରକ୍ତ ସଂଗ୍ରହକରି ରୋଗୀଙ୍କ ସେବା କରୁଛନ୍ତି। ଜିଲ୍ଲା ଓ ଜିଲ୍ଲା ବାହାରୁ ଅନେକ ଥାଲାସେମିଆ ଶିଶୁ ମେଡିକାଲକୁ ଅସିଥିଲେ ବି ରକ୍ତ ପାଇବାରେ ଅନେକ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ତେବେ କରୋନା ପାଇଁ ରକ୍ତ ଭଣ୍ଡାରରେ ଆବଶ୍ୟକତାଠାରୁ କମ୍ ରକ୍ତ ଥିବାରୁ ସମସ୍ୟା ଉପୁଜୁଛି । ସେଥିପାଇଁ କିଛି ଯୁବକ ରୋଗୀଙ୍କ ସହ ସଂପର୍କ ସ୍ଥାପନକରି ରିତିମତ ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କୁ ରକ୍ତ ଯୋଗାଉଛନ୍ତି। ରକ୍ତ ସଂଗ୍ରହ ନାଁରେ କିଛି ତଥାକଥିତ ରାଜନୈତିକ ଦଳ ଓ ଅଣ ରାଜନୈତିକ ସଂଗଠନ ରକ୍ତ ସଂଗ୍ରହ କରି ରୋଗୀଙ୍କୁ ଜୀବନ ବଞ୍ଚାଉଥିବା ବାହା ବାହା ନେଉଛନ୍ତି । ହେଲେ ଅସଲ ବେଳେ ରୋଗୀଙ୍କୁ ରକ୍ତ ପାଇଁ ଏଣେ ତେଣେ ଘୁରିବାକୁ ପଡୁଛି । ଏପରିସ୍ଥଳେ ଏମିତି କିଛି ଯୁବକ ନିଜ ଇଚ୍ଛାରେ ଅତି ଜରୁରୀଥିବା ରୋଗୀଙ୍କ ପାଇଁ ଦିନେ ଦୁଇଦିନ ଅନ୍ତରେ ରକ୍ତ ଦାନ କରିବାରେ ଲାଗିପଡିଛନ୍ତି । ରକ୍ତ ସଂଗ୍ରହକରି ବାହା ବାହା ନୁହଁ ବରଂ ରକ୍ତ ଦେଇ ଜୀବନ ବଞ୍ଚାଇବାକୁ ଆଗେଇ ଆସିବା ଦରକାର । ସେପଟେ ରକ୍ତ ଭଣ୍ଡାର ଅଧିକାରୀ କହିଛନ୍ତି କିଛିଦିନ ଧରି ଲାଗିରହିଥିଲା ସମସ୍ୟା । ହେଲେ ଦିନେ ଦୁଇଦିନ ହେବ କ୍ୟାମ୍ପ କରାଯାଇ ରକ୍ତ ସଂଗ୍ରହ ଚାଲିଛି। ଅସୁବିଧା ଦୂର ହୋଇଯିବ। ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ବର୍ଷକୁ ହାରାହାରି ୩୬ ହଜାର ୫ଶହ ୟୁନିଟ୍ ରକ୍ତର ଆବଶ୍ୟକ ରହିଛି। ହେଲେ କରୋନା ମହାମାରୀ ପାଇଁ ଏହି ଯେତିକି କ୍ୟାମ୍ପ ହେବା କଥା ତାଠାରୁ ଯଥେଷ୍ଟ କମ୍ କ୍ୟାମ୍ପ ହୋଇଥିବାରୁ ଆବଶ୍ୟକ ରକ୍ତ ସଂଗ୍ରହ ହୋଇପାରିନି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!