Wednesday, June 17, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଭୁଲ ଗ୍ରୁପ ରକ୍ତ ନେଇଗଲା ଦୁଇଜଣ ରୋଗୀଙ୍କ ଜୀବନ

by ସଞ୍ଜୟ ସ୍ୱାଇଁ
May 31, 2022
in Health, State
ଭୁଲ ଗ୍ରୁପ ରକ୍ତ ନେଇଗଲା ଦୁଇଜଣ ରୋଗୀଙ୍କ ଜୀବନ
54
VIEWS
Share on FacebookShare on Twitter

କେନ୍ଦୁଝର, (ବାଘୁଆବାର୍ତ୍ତା): ଭୁଲ୍ ଗ୍ରୁପର ରକ୍ତ ଦେବାରୁ ଦୁଇଜଣ ରୋଗୀଙ୍କ ଜୀବନ ଚାଲି ଯାଇଛି। ଆଜି ମୃତ ରୋଗୀଙ୍କ ପରିବାର ଲୋକେ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କୁ ଏହି ଅଭିଯୋଗ କରିଛନ୍ତି। ଯାହା ପରେ ଜିଲ୍ଲା ସରକାରୀ ଡାକ୍ତରଖାନା ସ୍ୱାସ୍ଥ୍ୟସେବାର ଗୁରୁତର ତ୍ରୁଟି ପଦାରେ ପଡ଼ିଛି । କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏହିଭଳି ସମ୍ବେଦନଶୀଳ ଘଟଣା ଘଟିଛି। ଏହାର ତଦନ୍ତ କରି ଉପଯୁକ୍ତ କାର୍ୟ୍ୟାନୁଷ୍ଠାନ ନେବାକୁ ଅଭିଯୋଗ ହୋଇଛି। ମୃତ ଦୁଇ ବ୍ୟକ୍ତି ହେଲେ ସଦର ବ୍ଲକ କଣ୍ଡରାପଶି ଗ୍ରାମର ଦାମ ମୁଣ୍ଡା ଓ ସଦର ବ୍ଲକ ରାଇସୁଆଁ ସାହିର ରୟା ସାହୁଙ୍କ ଝିଅ ସୁନି ସାହୁ। ଅଭିଯୋଗ ମୁତାବକ, ଦାମ ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ଗତ ମାର୍ଚ୍ଚ ୨୯ତାରିଖରେ ଜିଲା ସଦର ମୁଖ୍ୟ ଚିକିତ୍ସାଳୟ ଭେଷଜ ୱାର୍ଡରେ ଭର୍ତ୍ତି ହୋଇଥିଲେ। ତାଙ୍କ ଶରୀରରେ ରକ୍ତ ଅଭାବ ହେବାରୁ ରକ୍ତ ବର୍ଗୀକରଣ କରାଯାଇ ଏ’ ପଜିଟିଭ ରକ୍ତ ଆଣିବାକୁ ଟିକେଟରେ ଉଲ୍ଲେଖ କରାଯାଇଥିଲା । ତେବେ ଜିଲା ରକ୍ତ ଭଣ୍ଡାରରୁ ତାଙ୍କୁ ଏ’ ପଜିଟିଭ ବଦଳରେ ବି’ ପଜିଟିଭ ରକ୍ତ ପ୍ରଦାନ କରାଯାଇଥିଲା। ଭୁଲ ରକ୍ତ ଦିଆଯାଉଥିବା ଅଭିଯୋଗ ପରେ ଏହାକୁ ଖୋଲି ରକ୍ତ ଭଣ୍ଡାରକୁ ଆଣାଯାଇଥିଲା। ପୁଣିଥରେ ଏ’ ପଜିଟିଭ ରକ୍ତ ତାହା ପରଦିନ ଦିଆଯାଥିଲା। ଏହାକୁ ନେବାପରେ ମେ’ ୧୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଥିଲା। ଦାମଙ୍କ ପୁଅ ଅଜିତ ଏନେଇ ଅଭିଯୋଗ କରିଛନ୍ତି। ଏତିକିରେ ସୀମିତ ନଥିଲା ରକ୍ତ ଭଣ୍ଡାର କର୍ମଚାରୀଙ୍କ ଦାୟିତ୍ୱହୀନତା। ମୁନି ସାହୁଙ୍କ କ୍ଷେତ୍ରରେ ମଧ୍ୟ ଏଭଳି ଘଟଣା ଘଟିଛି। କିଛିଦିନ ପୂର୍ବରୁ ଅସୁସ୍ଥ ହେବାରୁ ତାଙ୍କୁ ଗତ ୧୩ ତାରିଖରେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସୁନିଙ୍କୁ ରକ୍ତ ଦେବାକୁ ଡାକ୍ତର ପରାମର୍ଶ ଦେଇଥିଲେ। ଡାକ୍ତରଙ୍କ ପରାମର୍ଶ ପରେ ତାଙ୍କ ପାଇଁ ରକ୍ତ ଯୋଗାଡ଼ କରାଯାଇଥିଲା। ସୁନିଙ୍କୁ ୨ ୟୁନିଟ୍ ବି ପଜିଟିଭ ରକ୍ତ ଦିଆଯାଇଥିଲା। ଏହାସତ୍ତ୍ୱେ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ତାଙ୍କୁ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। ସେଠାରେ ମଧ୍ୟ ଡାକ୍ତର ରକ୍ତ ଦେବାକୁ ପରାମର୍ଶ ଦେଇଥିଲେ। ତୁରନ୍ତ ତାଙ୍କ ରକ୍ତ ନମୁନା କଟକ ରକ୍ତଭଣ୍ଡାରକୁ ନିଆଯାଇଥିଲା। ପରେ ଜଣାପଡ଼ିଲା ଯେ ତାଙ୍କର ବ୍ଲଡ ଗ୍ରୁପ ଏବି’ ପଜିଟିଭ। ସେଠାରେ ଦୁଇ ୟୁନିଟ ଏବି’ ପଜିଟିଭ ରକ୍ତ ଦିଆଯାଇଥିଲା। ରକ୍ତ ଦେବାପରେ ସେ ଟିକିଏ ସୁସ୍ଥ ହୋଇଥିଲେ। ହେଲେ ଭୁଲ ରକ୍ତ ଦେଇଥିବା ପାଇଁ ତାଙ୍କ ଭାଇଙ୍କୁ କଟକରେ ଡାକ୍ତର ବହୁତ ତାଗିଦ କରିଥିଲେ। ପରେ ଚିକିତ୍ସାଧୀନ ଅବସ୍ଥାରେ ୨୯ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ମୁନିଙ୍କୁ ଭୁଲ ଗ୍ରୁପର ରକ୍ତ ଦିଆଯାଇଥିବାରୁ ତାଙ୍କର ମୃତ୍ୟୁ ହୋଇଛି ବୋଲି ତାଙ୍କ ବଡ଼ଭାଇ କେନ୍ଦୁଝର ଡାକ୍ତରଖାନାରେ ଅଭିଯୋଗ କରିଛନ୍ତି। ଏହାର ତଦନ୍ତ କରି ଦୋଷୀଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଜିଲ୍ଲା ସ୍ଵାସ୍ଥ୍ୟ ଅଧିକାରୀ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ଏ ବିଷୟରେ ଅବଗଡ଼ କରାଇଛନ୍ତି। ଏନେଇ ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀ ଡ. ସୁଜାତା ରାଣୀ ମିଶ୍ର କହିଛନ୍ତି, ଏହି ଘଟଣା ଅତ୍ୟନ୍ତ ସମ୍ବେଦନଶୀଳ। ଘଟଣାର ସତ୍ୟାସତ୍ୟ ଜାଣିବାକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ରିପୋର୍ଟ ଆସିବା ପରେ ଦୃଢ଼ କାର୍ୟ୍ୟାନୁଷ୍ଠାନ ହେବ। ଏନେଇ ରକ୍ତଦାତା ସ୍ୱଚ୍ଛାସେବୀ ଆକାଶ ରାଜ ଓ ଅନ୍ୟକିଛି ବୁଦ୍ଧିଜୀବୀ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ରକ୍ତଭଣ୍ଡାର କର୍ମଚାରୀଙ୍କ ଦାୟିତ୍ୱହୀନତା ଓ ଅଶାଳୀନ ବ୍ୟବହାର ବଢ଼ି ଚାଲିଥିବା ଅଭିଯୋଗ ମଧ୍ୟ କହିଛନ୍ତି।

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026
ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!